ଘୁରିବୁଲୁଛି ସୋସିଆଲ ମିଡିଆରେ କରୋନା ଭାଇରସ ଗୁଜବ ,୨୦,ହଜାର ସଂକ୍ରମିତଙ୍କୁ ହତ୍ୟା !

ଚୀନରେ କରୋନା ଭାଇରସ ଦେଶ ବ୍ୟାପୀ ଚିନ୍ତାର କାରଣ ପାଲଟିଥିବା ବେଳେ ବର୍ତ୍ତମାନ ୨୪ ଘଣ୍ଟା ମଧ୍ୟରେ ଏକ ସମ୍ବାଦ ଗଣମାଧ୍ୟମରେ ଘୁୂରିବୁଲୁଛି । ଏହା ପରେ ସେହି ଖବରକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । କରୋନା ଭୁତାଣୁ ସଂକ୍ରମଣକୁ ନେଇ ସୋସିଆଲ ଠାରୁ ଆରମ୍ଭ କରି ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ସମ୍ବାଦ ସ୍ଥାନ ପାଇଛି । ସଂକ୍ରମଣରେ ଆକ୍ରମଣ ହୋଇଥିବା ୨୦ ହଜାର ଆକ୍ରାନ୍ତଙ୍କୁ ହତ୍ୟା କରିବା ପାଇଁ ସରକାର ନ୍ୟାୟାଳୟର ଅନୁମତି ଲୋଡିଛନ୍ତି ଏହି ଖବର ବେଶ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏଭଳି ଖବର କୁ ନେଇ ବେଶ ଜୋରଦାର ଚର୍ଚ୍ଚା ଚାଲିଛି । ଯାହାକୁ କେହି ବି ସହଜରେ ଗ୍ରହଣ କରିପାରୁନାହାନ୍ତି ।ପୂର୍ବରୁ ମିଥ୍ୟା ଓ କପୋଳକଳ୍ପିତ ସମ୍ବାଦ ପରିବେଷଣ କରୁଥିବା ୱେବସାଇଟ ‘ab-tc.com’ର ସିଟି ନିୟୁଜ ଭାଗରେ ଏହି ତଥ୍ୟ ପ୍ରକାଶ ପାଇଛି। ସେଥିରେ ପ୍ରକାଶିତ ଲେଖାରେ ‘China’କୁ ‘Chhina’ ଏବଂ ସର୍ବୋଚ୍ଚ ନ୍ୟାୟାଳୟକୁ ‘The highest level of court in Chhina, Supreme People’s Court’ ବୋଲି ଲେଖା ଅଛି ଯାହା ଗୁରୁତର ବନାନଗତ ଅଶୁଦ୍ଧି। ତେଣୁ ଏଭଳି ସମ୍ବାଦ ଉପରେ ଭରସା କରନ୍ତୁ ନାହିଁ ଓ ପ୍ରଚାର ପ୍ରସାର ମଧ୍ୟ କରନ୍ତୁ ନାହିଁ। ଏଭଳି ମିଥ୍ୟା ଖବର ଠାରୁ ଦୁରେଇ ରୁହନ୍ତୁ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ