ଚନ୍ଦନ ଚାପ

ଚନ୍ଦନ ବୋଳି ମଦନମୋହନ
ନରେନ୍ଦ୍ର ସରକୁ କଲେ ଗମନ,
ଶ୍ରୀଅଙ୍ଗ ଶୀତଳ ଚିନ୍ତାରେ ମନ
ଚାପ ଖେଳିବେ ଜଗତମୋହନ।
ଆନନ୍ଦେ ଉଛୁଳି ଉଠୁଛି ମହୀ
ଭୂଦେବୀ ଶ୍ରୀଦେବୀ ସଙ୍ଗତେ ରହି,
ରାମ ବଳରାମ ଆବର ଭାଇ
ପଞ୍ଚୁପାଣ୍ଡବଙ୍କୁ ଅଛନ୍ତି ଚାହିଁ ।
ନନ୍ଦା ଭଦ୍ରାଙ୍କର ଅପୂର୍ବ ଭାଗ୍ଯ
ଦଶ ଦେବତାଙ୍କ ଲଭିବେ ସଙ୍ଗ,
ଚାହିଁ ରହିଥିଲେ କରିବେ ସେବା
ଜନ୍ମ ଜନ୍ମ ପାଇଁ ପୂଣ୍ଯ ଅର୍ଜିବା ।
ଏକୋଇଶ ଦିନ ପୃଷ୍ଠେ ବସାଇ
ଜଳକ୍ରୀଡା ନରେନ୍ଦ୍ରରେ କରାଇ,
ପ୍ରଭୁଙ୍କ ଶ୍ରୀଅଙ୍ଗ ଶୀତଳ କରି
ଧନ୍ୟ କରିବେ ଜନମ ତାଙ୍କରି ।
ଏକୋଇଶ ଦିନେ କୋଡ଼ିଏ ବେଶ
ମଦନମୋହନ ମନେ ହରସ,
ଜଗତ ଉଧାରି ଦୃଷ୍ଟ ସଂହାରି
ଶାନ୍ତି ସ୍ଥାପିବେ ଜଗତବିହାରୀ ।


ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ