ଚମକୁଛନ୍ତି ତାରା
ମଲ୍ଟି ଟ୍ୟାଲେଣ୍ଟେଡ୍, ସୌନ୍ଦର୍ଯ୍ୟରେ ଭରପୂର ଓ ବଲିଉଡରେ ନୂଆ ନୂଆ ପାଦ ରଖିଥିବା ବୋଲ୍ଡ ଅଭିନେତ୍ରୀ ତାରା ସୁତାରିଆ ମଙ୍ଗଳବାର ୨୪ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ତାରାଙ୍କୁ ବଲିଉଡ୍ ଓ ତାଙ୍କ ପ୍ରଶଂସକଙ୍କ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ୧୯୯୫ ନଭେମ୍ବର ୧୯ ମୁମ୍ବାଇରେ ତାରା ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଭଲ ଗାୟିକା ହେବା ସହ ଭଲ ଅଭିନେତ୍ରୀ ଓ ନୃତ୍ୟାଙ୍ଗନା ମଧ୍ୟ । ମାତ୍ର ୭ବର୍ଷ ବୟସରୁ ସେ ପ୍ରଫେସନାଲ ଗାୟିକା ଭାବେ କାମ କରୁଛନ୍ତି । ୨୦୧୦-୧୧ରୁ ଶିଶୁ କଳାକାର କାମ ଆରମ୍ଭ କରିଥିଲେ । ହେଲେ ତାଙ୍କୁ ପରିଚୟ ଦେଇଥିଲା ପୁନିତ ମାଲହୋତ୍ରାଙ୍କ ଫିଲ୍ମ “ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ । ଏହି ଫିଲ୍ମ ଜରିଆରେ ସେ ବଲିଉଡରେ ଏଣ୍ଟ୍ରି କରିଥିବା ବେଳେ ପ୍ରଥମ ଫିଲ୍ମରୁ ହିଁ ତାଙ୍କ ଅଭିନୟର ଯାଦୁ ପ୍ରଶଂସକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ତାରା ନିଜ ଫିଲ୍ମ ଓ ଫ୍ୟାସେନେବୁଲ ଅନ୍ଦାଜ ଓ ଲଭ୍ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତେବେ ସେ ପୁଣି ଥରେ ଦର୍ଶକଙ୍କ ହୃଦୟରେ ରାଜ କରିଛନ୍ତି । ନିକଟରେ ମିଲାପ ଜାଭେରୀଙ୍କ ଫିଲ୍ମ “ମରଜାୱାଁ’ରେ ସେ ଅଭିନୟ କରିଥିଲେ । ଏହି ଫିଲ୍ମରେ ତାରାଙ୍କ ସହ ସିଦ୍ଧାର୍ଥ ମାଲହୋତ୍ରା ଓ ରିତେଶ ଦେଶମୁଖଙ୍କୁ ବି ଦେଖିବାକୁ ମିଳିଥିଲା । ଶୁଣିବାକୁ ମିଳିଛି ମିଲନ ଲୁଥରିଆଙ୍କ ଅପ୍ କମିଂ ଫିଲ୍ମ “ତଡପ’ରେ ନଜର ଆସିବେ । ଏଥିରେ ସୁନୀଲ ସେଟ୍ଟୀଙ୍କ ପୁଅ ଆହାନଙ୍କୁ ମଧ୍ୟ ଦେଖିବାକୁ ମିଳିବ ।


