ଚଳିତ ବର୍ଷ ବୋଲବମ ଯାତ୍ରା ବନ୍ଦ

ଭୁବନେଶ୍ୱର: ଓଡ଼ିଶାରେ ଏବେ କରୋନା ନିୟନ୍ତ୍ରଣ ବାହାରେ । କରୋନା ମହାମାରୀର ମହାସମର ଓଡ଼ିଶାରେ ଆରମ୍ଭ ହୋଇଯାଇଛି । କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ସ୍ଥିତିରେ ଚଳିତ ବର୍ଷ ବୋଲବମ ଯାତ୍ରାକୁ ବନ୍ଦ କରାଯାଇଛି । କରୋନା ପାଇଁ ବୋଲବମ ଯାତ୍ରାକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଗୀତ ଗୋବିନ୍ଦ ଭବନରେ ଅନୁଷ୍ଠିତ ଏକ ଜରୁରୀ ପ୍ରେସମିଟରେ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା ଉଦବୋଧନ ଦେଇ ଏହା କହିଛନ୍ତି । ଭିଡ଼ ହେବା ଦୃଷ୍ଟିରୁ ଓ ମନ୍ଦିର ବନ୍ଦ ଥିବାରୁ ବୋଲବମ ଯାତ୍ରାକୁ ବନ୍ଦ କରାଯାଇଛି । କୌଣସି ଭକ୍ତଙ୍କୁ ବୋଲବମ ଯାତ୍ରାରେ ନଯିବାକୁ ରାଜ୍ୟ ସରକାର ତାଗିଦ କରିଛନ୍ତି । କୌଣସି ଭକ୍ତ ଯେପରି ପୋଖରୀ କିମ୍ବା ନଦୀରୁ ଜଳ ଉଠାଇ ମନ୍ଦିରରେ ଜଳ ଲାଗି ନକରନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ