ଚଳିତ ସ୍ୱାଧୀନତା ଦିବସକୁ ସରକାରୀ ମାର୍ଗଦର୍ଶିକା ଆଧାରରେ ପାଳନ କରାଯିବ:ଜିଲ୍ଲାପାଳ

ଯାଜପୁର,(ଓ୍ବାଇଏନ୍ଏସ୍) : ସ୍ୱାଧୀନତା ଦିବସ ଦେଶ ଓ ଜାତି ପାଇଁ ଏକ ଗୈାରବର ପ୍ରତୀକ । ଏହାକୁ ପ୍ରତ୍ୟେକ ବର୍ଷ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ । ତେବେ ଚଳିତ ବର୍ଷର ସ୍ୱାଧୀନତା ଦିବସକୁ କୋଭିଡ ସଂପର୍କରେ ସରକାରଙ୍କର ମାର୍ଗଦର୍ଶିକା ଆଧାରରେ ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତିଙ୍କ ଉପସ୍ଥିତିରେ ପାଳନ କରାଯିବ ବୋଲି ସର୍ବ ସମ୍ମତି ନିଷ୍ପତ୍ତି ଗ୍ରହଣ କରାଯାଇଚ୍ଥି । ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ରଂଜନ କୁମାର ଦାସ ଚଳିତ ସ୍ୱାଧୀନତା ଦିବସର ଆନୁଷ୍ଠାନିକ ଉତ୍ସବ ଯାଜପୁର ଜିଲ୍ଲାପାଳ ସ୍କୁଲ ପଡିଆ ବା ହକି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ ବୋଲି କହିଥିଲେ । ଚଳିତ ବର୍ଷ ସରକାରଙ୍କର ମାର୍ଗଦର୍ଶିକାକୁ ଅନୁପାଳନ କରି କାର୍ଯ୍ୟକ୍ରମକୁ ସଂକ୍ଷିପ୍ତ ଓ ଲୋକ ମାନଙ୍କର ଉପସ୍ଥିତିକୁ କମ୍ କରାଯିବ । ପ୍ୟାରେଡ୍‌ରେ କେବଳ ସୁରକ୍ଷା ବାହିନୀ ସାମିଲ ହେବେ । ପୋଲିସ ବ୍ୟାଣ୍ଡ ମାଧ୍ୟମରେ ଜାତୀୟ ସଂଗୀତ ପରିବେଷଣ କରାଯିବ । କୈାଣସି ପ୍ରତିଯୋଗିତା, ସମ୍ୱର୍ଦ୍ଧନା, ପୁରସ୍କାର ପ୍ରଦାନ, ସାଂସ୍କୃତିକ କାର୍ଯ୍ୟକ୍ରମ, ବାଳାଶ୍ରମ, କୁଷ୍ଠାଶ୍ରମ ଓ ଜେଲ୍‌ର ଅନ୍ତେବାସୀ କିମ୍ୱା ଡାକ୍ତରଖାନାର ରୋଗୀ ମାନଙ୍କୁ ମିଷ୍ଟାନ୍ନ, ପଂଳ ବଣ୍ଟନ ଇତ୍ୟାଦି କରାଯିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଦେଇଚ୍ଥନ୍ତି ।ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା କୋଭିଡ ପାଇଁ କେବଳ ସୁରକ୍ଷା ବାହିନୀର ପ୍ୟାରେଡ କରାଯିବା ସହ ଊତ୍ସବରେ ସାମିଲ ପାଇଁ କୋଭିଡ ଯୋଦ୍ଧା ମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି କହିଥିଲେ । ସର୍ବ ସମ୍ମତି ନିଷ୍ପତ୍ତି ଅନୁଯାୟୀ ସ୍ୱାଧୀନତା ଦିବସ ଦିନ ପ୍ରତ୍ୟୁଷ ଘ. ୪.୩୦ ମିନିଟରେ ଲୋକ ସଂପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯିବ । ସକାଳ ଘ. ୭.୩୦ ମିନିଟ୍ ସୁଦ୍ଧା ସମସ୍ତ ସରକାରୀ, ବେସରକାରୀ, ଶିଳ୍ପାନୁଷ୍ଠାନ ଇତ୍ୟାଦି ମାନଙ୍କରେ ଜାତୀଂୟ ପତାକା ଉତ୍ତୋଳନ କରାଯିବ । ପୂର୍ବାହ୍ନ ୯ ଘଟିକାରୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଗାନ୍ଧି ଚ୍ଥକ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଓ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ଏହି ମାଲ୍ୟାର୍ପଣରେ କମ୍ ସଂଖ୍ୟକ ଲୋକ ଯୋଗ ଦେବେ । ପୂର୍ବାହ୍ନ ଘ. ୯.୧୫ ମିନିଟ୍ ସମୟରେ ଜାତୀୟ ଦିବସର ମୁଖ୍ୟ ଅତିଥି ଜିଲ୍ଲା ସ୍କୁଲ ପଡିଆ ଠାରେ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ ପରିଦର୍ଶନ, ଅଭିଭାଷଣ ପ୍ରଦାନ ଓ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ସର୍କିଟ ହାଉସ ପରିସରରେ ବୃକ୍ଷ ରୋପଣ କରାଯିବ । ସଂଧ୍ୟାରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ମାନଙ୍କୁ ଆଲୋକରେ ସଜ୍ଜିତ କରାଯିବ । ସାଧାରଣ ଲୋକମାନେ ମଧ୍ୟ ନିଜସ୍ୱ ଗୃହରେ ସ୍ୱାଧୀନତା ଦିବସ ପାଳନ ସହ ସଂଧ୍ୟାରେ ଆଲୋକ ସଜ୍ଜା କରିବାକୁ ଜିଲ୍ଳ୍‌ାପାଳ ଅନୁରୋଧ କରିଚ୍ଥନ୍ତି । ତେବେ ଏ ସମସ୍ତ କାର୍ଯ୍ୟକ୍ରମରେ ଲୋକମାନଙ୍କର ଉପସ୍ଥିତି କମ୍ ରହିବ । ବିଶେଷ କରି ଶିଶୁ ଓ ବରିଷ୍ଠ ନାଗରିକ ମାନେ ସେମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଆଦୈା ଏହି କାର୍ଯ୍ୟକ୍ରମରେ ସାମିଲ ନ ହେବାକୁ ଜିଲ୍ଲାପାଳ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଆଇ.ଏ.ଏସ୍‌. ପ୍ରୋବେସନର ସଚିନ ପାୱାର , ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ପୋଲିସ ରିଜର୍ଭ ଇନିସ୍ପେକ୍ଟର କାହ୍ନୁ ଚରଣ ମାର୍ଣ୍ଡି, ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଡି.ଏସ୍‌.ପି. ପି.କେ. ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ଯାଜପୁର ଥାନା ଏସ୍‌.ଆଇ. ମାନସ ଚକ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ, କର୍ମଚାରୀ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ, କାର୍ଯ୍ୟସୂଚୀ ଅନୁସାରେ ବିବରଣୀ ପାଠ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବ ପ୍ରଥମେ କୋଭିଡ ଯୋଦ୍ଧା ମାନଙ୍କ ବମ୍ମାନାର୍ଥେ ସମସ୍ତେ ଦଣ୍ଡାୟମାନ ହୋଇ ନୀରବ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ