ନିଜସ୍ୱ ଉଦ୍ୟମରେ ସାନିଟାଇଜ୍

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ .ନୂଆଗାଁର ଚଣାପଦର ଗ୍ରାମରୁ କରୋନା ପଜିଟିଭ୍ ଚିହ୍ନଟ ପରେ ଚଣାପଦରକୁ ସଂପୂର୍ଣ ରୁପେ ସାନିଟାଇଜ କରାହୋଇନଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ପ୍ରଶାସନ ତରଫରୁ ଆଖିଦୃଶିଆ କେତୋଟି ଘରକୁ ସାନିଟାଇଜ କରି ଚୁପ ରହିଥିବା ବେଳେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଚଣାପଦର ଗ୍ରାମବାସୀ । ଏଭଳି ପରିସ୍ଥିତିରେ କ.ନୂଆଗାଁର ସଚେତନଶୀଳ ନାଗରିକ ଅଚ୍ୟୁତ ବେହେରା ନିଜସ୍ୱ ଉଦ୍ୟମରେ ଚଣାପଦରରେ ଘରକୁ ଘର ବୁଲି ସାନିଟାଇଜ୍ କରିଛନ୍ତି । ଅଚ୍ୟୁତ ବେହେରାଙ୍କ ଏହି କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ