ଚଷାଖଣ୍ଡ ନିକଟରୁ ୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ବାଉନ ସୁଗାର ଜବଦ କଲା ଅବକାରୀ ବିଭାଗ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଞ୍ଚଳ ଏବେ ବ୍ରାଉନସୁଗାର କାରବାରର ପେର୍ଠସ୍ଥଳୀ ପାଲଟିଛି । ଭଦ୍ରକ ଓ ବାଲେଶ୍ୱର ଅଞ୍ଚଳରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଆସି ହାଟଡିହି ଅଞ୍ଚଳରେ ବିକ୍ରୀ ହେଉଛି । ଗତ କିଛିଦିନ ପୁର୍ବେ ଓରାଳି ନିକଟରୁ ବ୍ରାଉନ ସୁଗାର ଜବଦ କରାଯିବା ସହ ଭଦ୍ରକ ଅଞ୍ଚଳର ଜଣେ ଯୁବକକୁ ଗିରଫ କରାଯାଇଥିବାବେଳେ ଆଜି ନନ୍ଦିପଦା ଥାନା ଚଷାଖଣ୍ଡ ଗାଁ ନିକଟରୁ ଆଜି ୫୫ଗ୍ରାମର ବ୍ରାଉନ ସୁଗାର ଜବଦ ହୋଇଛି । ଏହି ଘଟଣାରେ ଅବକାରୀ ବିଭାଗ ଜଣେ ଯୁବକକୁ ଗିରଫ କରିବା ସହିତ ତା ନିକଟରୁ ଏକ ବାଇକ ମଧ୍ୟ ଜବଦ କରିଛନ୍ତି । ସୁଚନାରୁ ଜଣାଯାଇଛି ଯେ ସମ୍ବଲପୁର ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଆଜି ଶାଳଣିଆଁ ଅଞ୍ଚଳରେ ଚଢ଼ାଉକରି ଚଷାଖଣ୍ଡ ନିକଟରେ ବାଇକରେ ଯାଉଥିବା ଜଣେ ଯୁବକକୁ ଧରିଥିଲେ । ତା ନିକଟରୁ ୫୫ଗ୍ରାମ ବ୍ରାଉନ ସୁଗାର ଜବଦ ହୋଇଥିଲା । ଏହି ଯୁବକ ଜଣକ ହେଉଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ଗ୍ରାମର ସୁଶାନ୍ତ ନାୟକ ବୋଲି ଜଣାପଡିଛି । ସେ ଅନେକ ଦିନ ହେଲା ବ୍ରାଉନସୁଗାର ଆଣି ହାଟଡିହି ଅଞ୍ଚଳରେ ସପ୍ଲାଏ କରୁତôଲା । ତେବେ ଏହି ବ୍ରାଉନସୁଗାର କାରବାରରେ ଆଉ କିଏ କିଏ ସମ୍ପୁକ୍ତ ଅଛନ୍ତି ତାହାକୁ ନେଇ ଅଧିକ ତଦନ୍ତ ଜାରି ରହିଥିବା ଅବକାରୀ ଅଧିକାରୀ ଧନଞ୍ଜୟ ପାତ୍ର ପ୍ରକାଶ କରିଛନ୍ତି ।


