ଚାକିରି ପ୍ରଲୋଭନ ନାମରେ ଠକେଇ, ଅଭିଯୁକ୍ତ ଗିରଫ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) :ଭିନ୍ନକ୍ଷମ ମାନଙ୍କୁ ଭିନ୍ନକ୍ଷମ ସାଟିଫିକେଟ ଓ ଚାକିରି ପ୍ରଲୋଭନ ଦେଖାଇ ଠକେଇ କରିଥିବା ଅଭିଯୋଗରେ ଆନନ୍ଦପୁର ପୁଲିସ ଅଭିଯୁକ୍ତ ଟକ ମହେନ୍ଦ୍ର ମିଶ୍ରକୁ ଗିରଫ କରିଛି । ମହେନ୍ଦ୍ର ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ବୁଲି ଭିନ୍ନକ୍ଷମ ମାନଙ୍କୁ ଚାକିରି କରାଇଦେବା ଓ ଭିନ୍ନକ୍ଷମ ସାଟିଫିକେଟ ଯୋଗାଇ ଦେବାକୁ କହି ସେମାନଙ୍କ ଠାରୁ ବ୍ୟାପକ ଅର୍ଥ ଆଦାୟ କରୁଥିଲେ । ମୁଗୁପୁର ଶ୍ରୀମା ଶ୍ରୀ ଅରବିନ୍ଦ ଆଶ୍ରମର ଅନ୍ତେବାସୀ ସତ୍ୟଭାମା ସାହୁ ଓ ଅନ୍ୟ କିଛି ଲୋକଙ୍କ ପାଖରୁ ହଜାର ହଜାର ଟଙ୍କା ଠକି ନେଇ ଆଉ ଧରାଛୁଆଁ ଦେଉ ନଥିଲା । ଗତକାଲି ସେ ଆଶ୍ରମକୁ ଆସିଥିବାବେଳେ ଠକାମୀର ଶୀକାର ହୋଇଥିବା ଭିନ୍ନକ୍ଷମ ମାନେ ତାଙ୍କୁ ଅଟକ ରଖି ତାଙ୍କ ଟଙ୍କା ଫେରାଇ ଦେବାକୁ ଦାବି କରୁଥିଲେ । ଏନେଇ ଆନନ୍ଦପୁର ଥାନାରେ ଅଭିଯୋଗ ହେବାପରେ ଆନନ୍ଦପୁର ପୁଲିସ ଅଭିଯୁକ୍ତ ମହେନ୍ଦ୍ର ମିଶ୍ରକୁ ଗିରଫ କରି ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ