ଚାଙ୍ଗୁଡ଼ିଆ ଗ୍ରାମକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ

ଚୌଦ୍ୱାର ,(ଦୀପକ୍ କୁମାର ବେଉରା): କଟକ ଜିଲ୍ଲା ଟାଙ୍ଗି ଚୌଦ୍ୱାର ବ୍ଲକ ଅନ୍ତର୍ଗତ ବାଣିପଦା ପଞ୍ଚାୟତ ରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ସରପଞ୍ଚ ଜ୍ୟୋସ୍ନାରାଣୀ ସୁବୁଦ୍ଧିରାୟ ପଞ୍ଚାୟତର ଚାଙ୍ଗୁଡ଼ିଆ ଗ୍ରାମକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି ।ଶନିବାର ଅଗଷ୍ଟ୧୫ ଅପରାହ୍ନ ୫ଟା ଠାରୁ ସୋମବାର ଅଗଷ୍ଟ୧୭ତାରିଖ ଅପରାହ୍ନ ୫ଘଟିକା ପର୍ଯ୍ୟନ୍ତ ସଟଡାଉନ ରହିବ ବୋଲି ସରପଞ୍ଚ ନୋଟିସ ଜାରି କରିଛନ୍ତି । ଚାଙ୍ଗୁଡ଼ିଆ ଗ୍ରାମର ଜଣେ ବ୍ୟକ୍ତି କଟକରେ ଏକ ମେଡିକାଲ ରେ କାମ କରୁଛନ୍ତି ।କଟକରେ ନିଜର ସ୍ୱାବ ପରୀକ୍ଷା କରାଇଥିଲେ । ଆଜି ଏହା ପଜିଟିଭ ଆସିବା ପରେ ଏପରି ନିଷ୍ପତି ନିଆଯାଇଛି । ଆକ୍ରାନ୍ତ ଙ୍କ ଘର ସାନିଟାଇଜ କରାଯିବା ସହ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଛି । ଏଥି ପୂର୍ବରୁ ପଞ୍ଚାୟତର ଗୋଉସନଗର ର ଜଣେ ପଜିଟିଭ ଚିହ୍ନଟ ହୋଇ ଥିଲେ । ସେ ବର୍ତ୍ତମାନ ସୁସ୍ଥ ଥିବାର ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ