ଚାନ୍ଦା ଆଦାୟକୁ କେନ୍ଦ୍ର କରି ସଡଙ୍ଗରେ ସଂଘର୍ଷ , ହାଇୱା ଅଟକ
ହାଟଡିହି, (ବିକାଶ ବିଶ୍ୱାଳ):ଚାନ୍ଦା ଆଦାୟକୁ କେନ୍ଦ୍ର କରି ସଡଙ୍ଗରେ ସଂଘର୍ଷ ଘଟି ଜଣେ ଆହତ ହେଇଥିବା ଜଣାଯାଇଛି। ସୂଚନା ଅନୁଯାଇ ଏବେ ବୈତରଣୀ ନଦୀ ର ବିଭିନ୍ନ ଘାଟରୁ ବାଲି ପରିବହନ ହେଉଥିବା ବେଳେ ଅନେକ ସ୍ଥାନରେ ଡ଼ି ଗୁଡିକ ଠାରୁ ଚାନ୍ଦା ଆଦାୟ କରାଯାଉଛି। ହାବଳେଶ୍ଵର ଠାରୁ ଶାଳଣିଆଁ ଦେଇ ଓରାଳି ଓ ସଡଙ୍ଗ ଠାରୁ ଅଣାଛକ ପର୍ଯ୍ୟନ୍ତ ୫୦ରୁ ଉର୍ଦ୍ଧ୍ବ ଛକରେ ଚାନ୍ଦା ଆଦାୟ କରାଯାଉଛି। ଏପରିକି କିଛି ସ୍ଥାନରେ ମନ ଇଚ୍ଛା ଗାଡ଼ି ପିଛା ଶହେ ରୁ ଦୁଇ ଶହ ଟଙ୍କା ଆଦାୟ କରାଯାଉ ଥିବାରୁ ଅନେକ ସମୟରେ ଏହାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଗତକାଲି ରାତିରେ ସଡଙ୍ଗ କଲେଜ ଛକ ନିକଟରେ ଏକ ହାଇୱା ଗାଡିରୁ ଦୁଇ ଶହ ଆଦାୟ କରାଯିବାକୁ ନେଇ ଗାଡ଼ି ଚାଳକ ଓ ଚାନ୍ଦା ଆଦାୟକାରୀ ଙ୍କ ଭିତରେ ପାଟିତୁଣ୍ଡ ହୋଇଥଲା। ଖବର ପାଇ ଗାଡ଼ି ପଠାଉଥିବା ଦଲାଲ କିଛି ଯୁବକଙ୍କୁ ଧରି ଘଟଣା ସ୍ଥଳରେ ପହଞ୍ଚି ମାଡ଼ ପିଟ କରିବାରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଜଣେ ଆହତ ହେଇଥିବା ଜଣାଯାଇଛି। ସଡଙ୍ଗ ଗ୍ରାମବାସୀ ମାନେ ଗୋଟିଏ ହାଇ ୱା କୁ ଅଟକ ରଖିଥିବା ଜଣା ଯାଇଛି। ଏନେଇ ଥାନାରେ କିଛି ଅଭିଯୋଗ ହୋଇ ନଥିବା ବେଳେ ସମାଧାନ ପାଇଁ ପରସ୍ପର ମଧ୍ୟରେ ଉଦ୍ୟମ ଚାଲିଥିବା ଜଣା ଯାଇଛି।