ଚାରିଗାଁ ନିଷିଦ୍ଧାଞ୍ଚଳରେ ପ୍ରଶାସନ ପକ୍ଷରୁ ୩ଟି ଟିମ୍ ଗଠିତ
ବନ୍ତ (ଚାନ୍ଦିନୀ ମହାନ୍ତି) : ଚାରିଗାଁ ଗ୍ରାମ ପଞ୍ଚାୟତ ଅଧିନ ଚାରିଗାଁ ଗ୍ରାମରେ ଜଣେ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣ ନବ୍ୟାପିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ମଙ୍ଗଳବାର ସକାଳ ସମୟରେ ବିଡିଓ ରେବିକା ବିଲୁଙ୍ଗ, ଆଗରପଡା ଆଇଆଇସି ସୁକାନ୍ତୀ କେରେଇ, ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁ ଚାରିଗାଁ ନିଷିଦ୍ଧାଞ୍ଚଳରେ ପହଞ୍ôଚ ସରପଞ୍ଚ ବନମାଳୀ ବେହେରାଙ୍କ ଉପସ୍ଥିତିରେ ସଂପୃକ୍ତ ଅଞ୍ଚଳକୁ ସିଲ୍ କରିଥିଲେ । ଏହା ପରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ରାଜେନ୍ଦ୍ର ପଣ୍ଡା ସ୍ୱାସ୍ଥ୍ୟ ବିଭାଗର ଟିମ୍ ସହିତ ପହଞ୍ôଚ କଣ୍ଟାକ୍ଟ ଟ୍ରେସିଂ କରିବା ସହିତ ୬୧ ଜଣଙ୍କ ସ୍ୱାବ୍ ସଂଗ୍ରହ କରାଇଥିଲେ । ଅପରାହ୍ନରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୂନର୍ବାର ବିଡିଓ ରେବେକା ବିଲୁଙ୍ଗ, ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ନିଶିକାନ୍ତ ଖୁଣ୍ଟିଆ ଚାରିଗାଁ ବାତ୍ୟା ଆଶ୍ରୟସ୍ଥଳରେ ପହଞ୍ôଚ ପଞ୍ଚାୟତର ଆଶା, ଅଙ୍ଗନୱାଡି କର୍ମୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ସରପଞ୍ଚଙ୍କ ଉପସ୍ଥିତିର ଘର ଘର ବୁଲି ସ୍ୱାସ୍ଥ୍ୟ, ଟ୍ରାଭେଲ ହିଷ୍ଟ୍ରି, ୧୦୪ ପଞ୍ଜୀକରଣ ହୋଇଛି କି ନାହିଁ ସଂନିରୀକ୍ଷଣ ନିମନ୍ତେ ବିସ୍ତୃତ ଆଲୋଚନା କରିଥିଲେ । ଏଥିସହ ନିଷିଦ୍ଧାଞ୍ଚଳକୁ ୩ଟି ସବ୍ଜୋନ୍ରେ ଭାଗ କରି ୩ ଦିନ ମଧ୍ୟରେ ସଂନିରୀକ୍ଷଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୩ଟି ସବ୍ଜୋନ୍ରେ ୩ ଜଣ ଆଶା, ୩ ଜଣ ଅଙ୍ଗନୱାଡି କର୍ମୀଙ୍କୁ ଦାୟୀତ୍ୱ ଦିଆଯିବା ସହ ଏହାକୁ ତ୍ୱାରାନ୍ୱିତ କରିବା ପାଇଁ ୫ ଜଣ ପି.ଇ.ଓଙ୍କୁ ସୁପରଭିଜନ୍ ଦାୟୀତ୍ୱ ପ୍ରଦାନ କରାଯାଇଛି । ଆଜି ଚାରିଗାଁ ଗ୍ରାମ ପଞ୍ଚାୟତକୁ ସରପଞ୍ଚ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଆଗରପଡା ଦମକଳ ବାହିନୀ ପକ୍ଷରୁ ସାନିଟାଇଜେସନ କରାଯାଇଥିବା ଦେଖାଯାଇଛି ।