ଚାଲିଛି ଗୁଜବ, ସ୍ପଷ୍ଟ ହୋଇନି ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍‌ଙ୍କର ପରଲୋକ

ସିଓଲୋ: ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍‌ଙ୍କର ପରଲୋକ ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ହେଲେ ତାଙ୍କର ଗତକାଲି ରାତିରୁ ପରଲୋକ ହୋଇଯାଇଛି ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। କେତେକ ତାଙ୍କର ଡାକ୍ତରଖାନାରେ ଥିବା ଫଟୋକୁ ସେୟାର କରିବାରେ ଲାଗିଛନ୍ତି। ହେଲେ ଏ ସଂପର୍କରେ କୌଣସି ସ୍ପଷ୍ଟ ଖବର ମିଳି ନ ଥିବାର ଜଣାପଡିଛି।
ହେଲେ ନିର୍ଭରଯୋଗ୍ୟ ସୂଚନା ଅନୁସାରେ କିମ୍ ଜଙ୍ଗ ଏକ ଅପରେସନ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହେଲେ ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିଛି। ଏପରି ପରିସ୍ଥିତି ଦେଖି ଚାଇନ ତରଫରୁ ଏକ ମେଡିକାଲ ଟିମ ପଠାଯାଇଛି ବୋଲି କୁହାଗଲା। ଏହି ମେଡିକାଲ ଟିମ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ତଦାରଖ କରିବେ ବୋଲି ଜଣାପଡିଛି। ହେଲେ ଏ ନେଇ ଉତ୍ତର କୋରିଆ ତରଫରୁ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ