ଚିକଲଖଣ୍ଡି ଠାରେ ବିଜେପି କଣମଣା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ

ଛତ୍ରପୁର (ଦେବଦତ୍ତ ମହାରଣା) : ବିଜେପି ଛତ୍ରପୁର ନିର୍ବାଚନ ମଣ୍ଡଳୀ କଣମଣା ମଣ୍ଡଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଚିକଲଖଣ୍ଡି ଠାରେ ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦଳର ଚିନ୍ତାଧାରାକୁ ସୁଦୃଢ କରିବା ସଙ୍ଗେ ସଙ୍ଗେ ରାଜ୍ୟରେ ଚାଲିଥିବା ଦୁର୍ନିତି ଉପରେ ନିଜ ଭାଷଣ ରଖିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଅନୁସୁଚିତ ଜାତି ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର କର ଦେଶର ସ୍ଥିତି ଦଳର ନିତି ଏବଂ ଦଳର ଆଦର୍ଶ ଉପରେ ପ୍ରତିପାଦନ କରିଥିଲେ । ଗଞ୍ଜାମ ଜିଲ୍ଲା ଲିଗାଲ ସେଲ୍ ର କନଭେନର ପ୍ରଦୀପ କୁମାର ପାଢୀ ଏବଂ ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡା ଦଳର ସାଙ୍ଗଠନିକ ସ୍ଥିତି ମଜବୁତ୍ କରାଯିବା ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ଏହି ବୈଠକରେ କଣମଣା ମଣ୍ଡଳ ପ୍ରଭାରୀ ବସନ୍ତ କୁମାର ବେହେରା, ଛତ୍ରପୁର ମଣ୍ଡଳ ସଭାପତି ସଂଜିତ୍ କୁମାର ରାଉଳ, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା,ଗଞ୍ଜାମ ଜିଲ୍ଲାର ସାଧାରଣ ସଂପାଦକ ଏନ୍‌.ରାଜେନ୍ଦ୍ର କୁମାର,ଚୈତନ୍ୟ ପ୍ରଧାନ,ସୀତାରାମ ପୁରୋହିତ ଓ ଲୋକନାଥ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ପ୍ରଫୁଲ କୁମାର ପଣ୍ଡା ଏକ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ ।ଆର୍ଯ୍ୟପଲ୍ଲୀର ମତ୍ସ୍ୟଜିବୀ ମାନଙ୍କ ପାଇଁ ନୂତନ ମତ୍ସ୍ୟ ଜେଟି ନିର୍ମାଣ କରାଯାଉ, ବନ୍ଦ ରହିଥିବା ଟିଟାନିୟମ ପ୍ଲାଣ୍ଟକୁ ଅତିଶୀଘ୍ର ଚାଲୁ କରି ସ୍ଥାନୀଲ ଲୋକଙ୍କୁ ନିଯୁକ୍ତି କରିବା , ସ୍ଥାନୀୟ କମ୍ପାନୀ ଗୁଡିକରେ ସ୍ଥାନୀୟ ଅଂଚଳର ଯୁବକଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ କରିବା, , ସାଗରମାଳା ପ୍ରୋଜେକ୍ଟ ରେ ଗୋପାଳପୁର ଠାରୁ ଦିଘା ପର୍ଯ୍ୟନ୍ତ ଅତିଶୀଘ୍ର ରାସ୍ତା ନିର୍ମାଣ କରାଯାଉ, ଚିକଲଖଣ୍ଡି ଗ୍ରାମ ପଂଚାୟତରେ ଗୋଟିଏ ଖେଳପଡିଆ ନିର୍ମାଣ କରାଯାଉ, ପୁରୁଣା ଛତ୍ରପୁର ରେ ପାନୀୟଜଳ ର ସୁବ୍ୟବସ୍ଥା କରାଯାଉ ଓ ଆଇଆରଇ ଦ୍ୱାରା ହୋଇଥିବା ଜମି ଖନନ ପରେ ବୃକ୍ଷରୋପଣ କରିବା ସମେତ ଦାବି ଉପରେ ବୈଠକରେ ଦଳୀୟ ଓ ନେତା କର୍ମୀ ମାନେ ଉପସ୍ଥାପନ କରିଥିଲେ । ଏହି ଚିଠାକୁ ମଣ୍ଡଳ ଉପସଭାପତି ଲମ୍ବୋଦର ରାଓ ସମର୍ଥନ କରିଥିଲେ । ଡୁବୁଲ ଛକ ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି ବୈଠକରେ ଜିଲ୍ଲାସଭାପତି ଶ୍ରୀ ଜେନାଙ୍କ ଉପସ୍ଥିତରେ ଶଙ୍କର ରେଡ୍ଡୀଙ୍‌କ ନେତୃତ୍ୱରେ କିଛି ଯୁବକ ଦଳରେ ସାମିଲ୍ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ