ଚୋରି ଅଭିଯୋଗରେ ୨ ଗିରଫ,ବାଇକ ଓ ସୁନା ଜବତ

ପୋଲସରା, (ଅନିଲ କୁମାର ମହାରଣା):ଗତ ୨୪ ତାରିଖ ଦିନ ପୋଲସରା ପୋଲିସ ଥାନା ଅନ୍ତର୍ଗତ ମଧୁପଲ୍ଲୀ ପଞ୍ଚାୟତର ହିରାପଲ୍ଲୀ ଗ୍ରାମର ଶଶି ଗୌଡ ନାମକ ଜଣେ ମହିଳା ନିଜ ବନ୍ଧୁ ଘରକୁ ଚାଲି ଯାଉଥିବା ବେଳେ ଦୁଇ ଅଜଣା ବ୍ୟକ୍ତି ବାଇକ ଯୋଗେ ଆସି ତାଙ୍କ ଠାରୁ ସୁନା ଅଳଙ୍କାର ଛଡାଇ ନେଇଥିଲେ। ମହିଳାଙ୍କ ଅଭିଯୋଗ ପ୍ରକାରେ ପୋଲସରା ପୋଲିସ ଥାନା କେଶ ନଂ ୪୩୬/୨୩ ପ୍ରକାରେ ଏକ ମାମଲା ରୁଜୁ ହୋଇ ଅନୁସନ୍ଧାନ ଜାରିରହିଥିଲା। ଏହି ଘଟଣାରେ ପୋଲସରା ପୋଲିସ ସୋଡକ ଗ୍ରାମର କୈଳାଶ ଚନ୍ଦ୍ର ଭୂୟାଁ ଓ ବସନ୍ତ ମହାନ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ଏକ ବାଇକ ଓ ୪ଟି ସୁନା ଖାସୁଲୁ ଜବତ ହୋଇଥିବା ପୋଲସରା ପୋଲିସ ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ