ପୋଲିସ ଡିଜିଙ୍କ ଭରଚୁଆଲ ମାଧ୍ୟମରେ ନିଶା ମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ

ଧାମନଗର (ଓ୍ବାଇଏନଏସ): ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ୱାଇ ଏ ଖୁରାନିଆ ଭରଚୁଆଲ ମାଧ୍ୟମରେ ନିଶା ମୁକ୍ତ ଓଡିଶା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପୋଲିସ ଅଧିକାରୀ,କର୍ମଚାରୀ,ସ୍ଥାନୀୟ ଜନସାଧାରଣ ଓ ସାମ୍ବାଦିକମାନେ ଏକତ୍ରିତ ହୋଇ ‘ନଶାମୁକ୍ତ ଓଡ଼ିଶା’ ଗଠନ ପାଇଁ ଶପଥ ଗ୍ରହଣ କରିଥିବା ବେଳେ ‘ନିଶାକୁ ନା, ଜୀବନକୁ ହଁ’ ବାର୍ତ୍ତାକୁ ପ୍ରାଧାନ୍ୟ ଦିଆଯାଇଥିଲା। ଯୁବପିଢ଼ି ନିଶା ସେବନଠାରୁ ଦୂରେଇ ସୁସ୍ଥ ଓ ଶୃଙ୍ଖଳିତ ଜୀବନଶୈଳୀ ଆପଣାଇବାକୁ ପୋଲିସ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଥିଲା। ଯେଉଁ ମାନେ ନିଶା କାରବାର କରୁଛନ୍ତି ସେମାନଙ୍କୁ ଟାରଗେଟ କରିବୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ଯେଉଁ ମାନେ ପଛପଟରୁ ଥାଇ ଅର୍ଥ ବ୍ୟୟବରାଦ କରୁଛନ୍ତି ତାଙ୍କ ପ୍ରତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ରାଜ୍ୟରେ ନିଶା ମୁକ୍ତ କରାଯିବା ବୋଲି ଡିଜି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ବୁଧବାର ଦିନ୧୧ଟା ସମୟରେ ଥାନା ପରିସରରେ ଆଇଆଇସି ଶୁଭ୍ରଜିତ ଦାଶଙ୍କ ତତ୍ତ୍ୱାବଧାନରେ ଏସ ଡି ପି ଓ ବିଷ୍ଣୁ ଚରଣ ବାରିକ ଯୋଗ ଦେଇଥିବା ବେଳେ ଏସଆଇ ନାରାୟଣ ନାୟକ,ରସ୍ମିତା ମଲ୍ଲିକ,ମହେଶ୍ବର ପ୍ରଧାନ,ଏଏସଆଇ ନରେନ୍ଦ୍ର ରାଉତ,ସୁଜିତ ରାଉତ,କଳ୍ପନା ରାଉତଙ୍କ ସହ  ଅନ୍ୟ କର୍ମଚାରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ, ସରପଞ୍ଚ ପ୍ରତିନିଧି,ଜିଲ୍ଲା ପରିଷଦ ଓ ତାଙ୍କ ପ୍ରତିନିଧି ପ୍ରତାପ ସାମଲ,ସେକ ମୁସ୍ତାକ,ସମିତି ସଭ୍ୟ ଜ୍ଞାନରଞ୍ଜନ ମହାକୁଡ଼,ସାମ୍ବାଦିକ ବିରେନ୍ଦ୍ର କୁମାର ଜେନା,ସେକ ଜାଫର ଅଲ୍ଲୀ,ପ୍ରଦୀପ ମହାପାତ୍ର,ଦୁର୍ଗାପ୍ରସାଦ ମହାପାତ୍ର, କୁମାରେଶ ବଳଭଦ୍ର ଖିଲାର,ଏମଡି ଜାବିର ବାବୁ,ରଞ୍ଜନ ମଳିକ,ସମାଜସେବୀ ଏମଡି ତାଜୁଦ୍ଦିନ,ଜସିମୁଦ୍ଦିନ ଖାଁ,ସେକ ଖଲିଲୁଲ୍ଲା,ପୂର୍ବତନ ସରପଞ୍ଚ ନରୋତ୍ତମ ଯେନା,ସେକ ହମିଦ,ସେକ ମକଦୁମ,ଧର୍ମେନ୍ଦ୍ର ଦାସ,ସେକ ପପୁ ପ୍ରମୁଖଙ୍କ ସମେତ ସମାଜସେବୀ, ବୁଦ୍ଧିଜୀବୀ,ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ