ଏନ.ଏସ.ଏସ. ପକ୍ଷରୁ ତମାଖୁ ନିବାରଣ ସଚେତନତା କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜର ଜାତୀୟ ସେବା ଯୋଜନା ( ଏନଏସଏସ ) ପକ୍ଷରୁ ତମାଖୁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜର ପ୍ରିନ୍ସପାଲ ଡକ୍ଟର ବିବେକାନନ୍ଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। କୋ- ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ମିନତୀ ଆଚାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଏବଂ ଛାତ୍ରଛାତ୍ରୀ ବୃନ୍ଦ ଯୋଗଦେଇଥିଲେ। ବର୍ତ୍ତମାନ ଯୁବ ସମାଜ ବହୁଳ ଭାବେ ତମାଖୁ ସେବନ କରିବା ଦେଖାଦେଇଛି। ତମାଖୁ ସେବନ ଦ୍ୱାରା ମାରାତ୍ମକ କର୍କଟ ରୋଗ ହେବାର ମୂଳ କାରଣ ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ତମାଖୁ ସେବନରୁ ଦୁରେଇ ରହିବାପାଇଁ ପରାମର୍ଶ ଦିଆଯାଇଥିଲା। ଅଧ୍ୟାପକ ପ୍ରେମାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ