ଚୋରି ବାଇକ୍ ଉଦ୍ଧାର, ଅଭିଯୁକ୍ତ ଗିରଫ
ଯୋଡ଼ା (ଯୁଗାଦ୍ଦ) : ବାମେବାରୀ ଥାନା ଅନ୍ତର୍ଗତ ସିରାଜୁଦ୍ଦିନ୍ ଖଣି ସମୁଖରେ ଥିବା ଜଳଖିଆ ଦୋକାନରୁ ଚୋରି ହୋଇଯାଇଥିବା ଏକ ବାଇକ୍ କୁ ପୋଲିସ ସୋମବାର ଉଦ୍ଧାର କରିବା ସହିତ ଏଥିରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବାମେବାରୀ ଥାନା ଓଆଇସି ଅମିତାବ୍ ଦାସଙ୍କ ସୂଚନାନୁଯାୟୀ ଗତ ତା ୨୮/୧୦/୨୦୧୯ ରିଖରେ ସିରାଜୁଦ୍ଦିନ୍ ଖଣି ସମୁଖରେ ଥିବା ପ୍ରଶାନ୍ତ ଗିରିଙ୍କର ଜଳଖିଆ ଦୋକାନ ସମୁଖରେ ଠିଆ ହୋଇଥିବା ଏକ ବାଇକ୍ ଚୋରି ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଥିଲା । ସୋମବାର ସକାଳ ସମୟରେ ପୋଲିସ ଉକ୍ତ ବାଇକ୍ କୁ ଉଦ୍ଧାର କରିବା ସହିତ ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତ ଅର୍ଜୁନ ସିଂ ମୁଣ୍ଡାକୁ ଗିରଫ କରିଥିବା ପୋଲିସ ସୂଚନା ଦେଇଛି ।