ଚୋରି ମାମଲା ପଲିଗ୍ରାଫ ରିପୋର୍ଟ ମିଳିଲା ୮ ମାସ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ   

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ସୁଲତା ପଟ୍ଟନାୟକ ଙ୍କ ଘର ଗ୍ରିଲ ଭାଙ୍ଗି ଘର ମଧ୍ୟରୁ ପ୍ରାୟ ୧୪ ଭରି ସୁନା,୨୮ ଭରି ରୁପା ଅଳଙ୍କାର ଏବଂ ନଗଦ ଟଙ୍କା ଚୋରି ମାମଲା ରେ ସମ୍ପୃକ୍ତ ୨ ଅଭିଯୁକ୍ତ ଙ୍କ ପଲିଗ୍ରାଫ ପରୀକ୍ଷା ରିପୋର୍ଟ ରେ  ପ୍ରମାଣ ମିଳିବାରୁ ଉଭୟ ଙ୍କୁ ଶନିବାର ସକାଳେ ଗିରଫ କରାଯାଇଥିଲା। ଅଭିଯୁକ୍ତ ଦ୍ବୟ ହେଲେ ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ର ଗୁପ୍ତେଶ୍ୱର କୁଣ୍ଡ ଏବଂ ନାରାୟଣ ପୁର ଗ୍ରାମରେ ରହୁଥିବା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମର କୃତିବାସ ସାହୁ। କେ.ନୂଆଗାଁ ଥାନା ମାମଲା ନଂ.୨୨୩/୨୪ ଅନୁଯାୟୀ ତଦନ୍ତକାରୀ ଅଧିକାରୀ ନୂଆପଡ଼ା ଫାଣ୍ଡି ଏସ.ଆଇ ଜଗବନ୍ଧୁ ବାର୍ଲା ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତ ଜୁଲାଇ ୧୯ ତାରିଖରେ ଘରେ କେହି ନଥିବା ସୁଯୋଗ ନେଇ ଅଭିଯୁକ୍ତ ଦ୍ବୟ ତାଙ୍କ ଅନ୍ୟତମ ସହଯୋଗୀ ଙ୍କ ସହାୟତାରେ ସୁଲତା ଙ୍କ ଘରେ ଚୋରି କରି ଫେରାର ହୋଇଯାଇଥିଲେ। ସୁଲତା  ଘଟଣାର ପରଦିନ  କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।ପୁଲିସ ପକ୍ଷରୁ ଏହି ଚୋରି ଘଟଣାର ତଦନ୍ତକୁ ଜୋରଦାର କରିଥିଲେ ମଧ୍ୟ କୌଣସି ସୁରାକ ମିଳିପାରିନଥିଲା। ସୁଲତା ଏନେଇ ୨୦୨୪ ଅଗଷ୍ଟ ୩୦ , ନଭେମ୍ବର ୨୮ ଏବଂ ଗତ ୨୦ ତାରିଖରେ ବ୍ରହ୍ମପୁର ଏସ.ପି ସର୍ବଣା ବିବେକ ଏମ ଙ୍କୁ  ୩ ଥର ସାକ୍ଷାତ କରି ଚୋରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ନିବେଦନ କରିଥିଲେ।ଏସ.ପି ଙ୍କ ନିର୍ଦ୍ଦେଶକ୍ରମେ ଗତ ରବିବାର ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ୍,କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ ଏବଂ ନୂଆପଡ଼ା ଫାଣ୍ଡି ଅଧିକାରୀ ଜଗବନ୍ଧୁ ବାର୍ଲା ଦାଉଣି ଗ୍ରାମର ସୁଲତା ଘରେ ପହଞ୍ଚି ତାଙ୍କ ସହ ଆଲୋଚନା କରିବା ସହ ଚୋରି ଘଟଣାର ସବିଶେଷ ତଦନ୍ତ କରି ଫେରିଥିଲେ। ଘଟଣା ଦିନ ରାତିରେ ଅଭିଯୁକ୍ତ ଦ୍ବୟ ଏବଂ ଅନ୍ୟ ଜଣେ ରାତି ପ୍ରାୟ ସାଢ଼େ ୧୨ ଟାରେ ଚାଲି ଚାଲି ଦାଉଣିି ଗ୍ରାମ କୁ ଯାଉଥିବା ନେଇ  ଗ୍ରାମରଜଣେ ଯୁବକ ସୂଚନା ଦେବାପରେ ପୋଲିସ ତାଙ୍କ ବୟାନ ରେକର୍ଡ କରିଥିଲେ।ପରେ ଅଭିଯୁକ୍ତ ଦ୍ବୟ ଙ୍କୁ ପୋଲିସ ଉଠାଇ ନେଇ ପଚରାଉଚୁରା କରିଥିଲେ। ଭୁବନେଶ୍ୱର ସ୍ଥିତ ରାଜ୍ୟ ଫରେନ୍ସିକ ଲ୍ୟାବ ରେ ଉଭୟ ଅଭିଯୁକ୍ତଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା।ସେଠାରୁ ରିପୋର୍ଟ ମିଳିବା ପରେ ଉଭୟ ଙ୍କୁ ପୁଣି ପଚରାଉଚୁରା କରାଯିବା ପରେ ପୋଲିସ ନିକଟରେ ଉଭୟେ ସେମାନଙ୍କ ଦୋଷ ସ୍ୱିକାର କରିଥିଲେ। ଚୋରି କରିଥିବା ୨ ହଜାର ଟଙ୍କା କୁ ପୋଲିସ ଅଭିଯୁକ୍ତ ଗୁପ୍ତେଶ୍ୱର ଙ୍କ ନିକଟରୁ ଜବତ କରାଯାଇଥିବା ଜଣାପଡ଼ିଛି।ଏହି ଚୋରି ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଙ୍କୁ ଚିହ୍ନଟ କରାଯାଇଛି।ଖୁବ୍ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ