ଚୌଦ୍ଵାର ଅଞ୍ଚଳରେ ନାବାଳିକାକୁ ଦୁର୍ବ୍ଯବହାର : ୪ ଅଭିଯୁକ୍ତ ଥାନାରେ ଅଟକ

ଚୌଦ୍ଵାର, (ଦୀପକ୍ କୁମାର ବେଉରା):ଚୌଦ୍ଵାର ଥାନା ଅନ୍ତର୍ଗତ ବନ୍ଦାଳ ଗ୍ରାମ ରେ ଘଟିଛି ଅଭାବନୀୟ ଘଟଣା । ଅଭିଯୋଗ ଅନୁଯାୟୀ, ୧୭ ତାରିଖ ସୋମବାର ଦିନ ବନ୍ଦାଳ ଗ୍ରାମର କୃଷ୍ଣ ଚନ୍ଦ୍ର ରାଉତ ଙ୍କ ନାବାଳିକା ଝିଅ ଦିନ ପ୍ରାୟ ୧୦ ଘଟିକା ସମୟ ରେ ବାଣୀପଦା ସ୍ଥିତ ବାଲୁଙ୍କଶ୍ଵର ମନ୍ଦିରରୁ ଫେରିବା ବାଟ ରେ ଚୌଦ୍ଵାର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମର ଦୁଇ ଯୁବକ ସୁଧାଂଶୁ ବେହେରା ଓ ନିରଞ୍ଜନ ରାଉତ ଏକ ବାଇକରେ ଆସି ନାବାଳିକା କୁ ଅସଦାଚରଣ କରିଥିଲେ ନାବାଳିକା ଝିଅକୁ ଜୋରଜବରଦସ୍ତ ଟେକି ଆଣି ଗାଡି ରେ ବସାଇଥିଲେ । ଝିଅ ଟି ଡାକ ପକାଇବାରୁ ତଂଟି ଚିପି ମାରିଦେବାକୁ ଧମକ ଦେଇଥିଲେ ଉକ୍ତ ଦୁଇ ଯୁବକ। ଏହି ସମୟରେ ଝିଅ ର ଭାଇ ବିକାଶ ରାଉତ ଆସି ଝିଅକୁ ସେମାନଙ୍କ ଠାରୁ ବଞ୍ଚାଇବା ବେଳେ, ଉକ୍ତ ଦୁଇ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଯାହାକୁ ନେଇ ଝିଅର ମା ରଂଜିତା ରାଉତ ଚୌଦ୍ଵାର ଥାନା ରେ ଅଭିଯୋଗ କରିବା ପରେ କେଶ ନମ୍ବର ୧୭୬/୨୫ ରୁଜୁ କରି ଘଟଣାର ତଦନ୍ତ କରୁଛି ଅନ୍ୟପକ୍ଷେ, ନିରଞ୍ଜନ ରାଉତ ର ବାପା ରବୀନ୍ଦ୍ର ରାଉତ ଙ୍କ ଅଭିଯୋଗ ଅନୁଯାୟୀ,କେଶ ନମ୍ବର ୧୭୫/୨୫ ରୁଜୁ କରି ସୁଧାଂଶୁ ବେହେରା ଓ ନିରଞ୍ଜନ ରାଉତ ଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିଥିବା ବାଣୀପଦା ବନ୍ଦାଳ ଗ୍ରାମର ୪ ଜଣ ବିକାଶ ରାଉତ (୨୫ ), ସଂଗ୍ରାମ ରାଉତ (୨୦) , ମୁନା ରାଉତ (୨୫) ଓ ବଳରାମ ରାଉତ ( ୨୨ )କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ