ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୨ତମ ଜନ୍ମଜୟନ୍ତୀ ପାଳିତ
ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳନ ହୋଇଅଛି । କରୋନା କଟକଣା ଯୋଗୁଁ ଛାତ୍ର ଛାତ୍ରୀ ମାନଙ୍କ ଅନୁପସ୍ଥିତ ଯୋଗୁଁ ବିଦ୍ୟାଳୟ ଖାଁ ଖାଁ ଲାଗୁଥିଲା ବୋଲି ଶିକ୍ଷକ ମାନେ ମତବ୍ୟକ୍ତ କରିଛନ୍ତି । ତଥାପି ଶିକ୍ଷକ ଶିକ୍ଷୟିତ୍ରୀ ଅତ୍ୟନ୍ତ ନିଷ୍ଠାର ସହିତ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରତି ଭକ୍ତି ପୂତ ପ୍ରଣାମ କରି ତାଙ୍କ ସ୍ମୃତି ରୋମନ୍ଥନ କରିଥିଲେ । ଜିଲ୍ଲାର ଶ୍ରୀକୃଷ୍ଣ ଏକାଡେମୀ ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ,ପୁରୋହିତ ପୁର ଉଚ୍ଚ ବିଦ୍ୟାଳୟ,ମାର୍ଗଣ୍ଡଶ୍ୱବର ବିଦ୍ୟାପୀଠ, ବାଲିକୁଦାର ବାଲିକୁଦା ଉଚ୍ଚ ବିଦ୍ୟାଳୟ । ମୁକ୍ତେଶ୍ଵର ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ମୁଳୁଗାଁ, ପ୍ରାଣକୃଷ୍ଣ ପରିଜା ଉଚ୍ଚ ବିଦ୍ୟାଳୟ ଇଚ୍ଛାପୁର ପ୍ରଭୃତି ସ୍ଥାନରେ ଶିଶୁଦିବସ ପାଳନ ହୋଇଯାଇଛି ।


