ଚୌଦ୍ଵାର ନଗର ବିଜେଡ଼ି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ
ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଚୌଦ୍ୱାର ପୌରପାଳିକା ୧୦ ଓ ୧୯ ନମ୍ବର ୱାର୍ଡରେ ଗରିବ, ଭୂମିହୀନ ଲୋକମାନଙ୍କ ନିମନ୍ତେ ଚାଲିଥିବା ନିରନ୍ତର ପ୍ରୟାସରେ ଇର୍ଷାନ୍ୱିତ ହୋଇ ବିରୋଧୀ ବିଜେପିର ହୀନ ଉଦ୍ୟମ କରୁଥିବାର ଅଭିଯୋଗ କରି ନଗର ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନହଲରେ ନଗର ସଭାପତି ବିଷ୍ଣୁ ଚରଣ ପରିଡାଙ୍କ ସଭାପତିତ୍ୱରେ ଆହୁତ ଏହି ସାମ୍ୱାଦିକ ସମ୍ମିଳନୀ ରେ ଗତମାସ ୧୦ନମ୍ବର ୱାର୍ଡରେ ଚାଲିଥିବା ବେଆଇନ ସରକାରୀ ଜମି କାରବାରରେ ପୁଲିସ ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ବିରୋଧୀ ବିଜେପି ପକ୍ଷରୁ ରାଜନୈତିକ ଆକ୍ରୋଶ ରଖି ଦଳର ବରିଷ୍ଠ ନେତା ତଥା ୧୦ନମ୍ବର ୱାର୍ଡର ପୂର୍ବତନ କାଉନସିଲର ଶୁଭେନ୍ଦୁ ସାମଲ ଘଟଣା ସହିତ ଜଡିତ କରି ବଦନାମ୍ କରିବାର ପ୍ରୟାସ କୁ ସଭାପତି ଶ୍ରୀ ପରିଡ଼ା ନିନ୍ଦା କରିଥିଲେ। ଉକ୍ତ ଘଟଣାର ଅଭିଯୋଗକାରୀର ଏତଲାରେ ଶ୍ରୀ ସାମଲ ଙ୍କ ନାମ ନ ଥାଇ ମଧ୍ୟ ଦଳକୁ ଓ ଉନ୍ନୟନ ମୂଳକ କାର୍ଯ୍ୟକୁ ସହିନପାରି ବିଜେପି ପକ୍ଷରୁ ଏଭଳି ହୀନ ଉଦ୍ୟମ କରାଯାଇଥିବା ବିଷ୍ଣୁ ପରିଡା ପ୍ରକାଶ କରିଥିଲେ । ଏଥିସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ମଧ୍ୟ କରିଥିଲେ । ଏହି ପ୍ରେସମିଟରେ ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ପୂର୍ବତନ ପାରିଷଦ ସୁବ୍ରତ ସାମଲ, ମନୋଜ ମହାନ୍ତି, ଦିଲ୍ଲିପ ସାହୁ, କରୁଣାକର ସାହୁ, ପୂର୍ବତନ ଉପନଗରପାଳ ଅଜୟ ବେହେରା, ଯୁବବିଜେଡି ସଭାପତି ଅର୍ଜୁନ ପଣ୍ଡାଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ । ୧୦ ଓ ୧୯ନମ୍ବର ୱାର୍ଡରେ ନିରନ୍ତର ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟରେ ଭୟଭୀତ ହୋଇ ରାଜନୈତିକ ଉଦ୍ଦେଶ୍ୟରେ ତାଙ୍କୁ ଜାଣିଶୁଣି ଘଟଣାରେ ଜଡିତ କରାଯାଉଛି ବୋଲି ଜିଲ୍ଲା ସମ୍ପାଦକ ଶୁଭେନ୍ଦୁ ସାମଲ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ


