ପଦ୍ମନାଭପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ଅଭାବ ଓ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେଲା ଖାଲି ପଡ଼ିଥିବା କର୍ମଚାରୀ ପଦବୀ ପୂରଣ ଦାବୀରେ ବୁଧବାର ସକାଳୁ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବହୁ ସଂଖ୍ୟକ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କୌଣସି ଜଣେ ହେଲେ କର୍ମଚାରୀ ନଥିବାରୁ ବୁଧବାର ସକାଳୁ ତାଲା ଖୋଲି ନଥିଲା। ପଦ୍ମନାଭପୁର ଗ୍ରାମ ର ଚଟାଣ ବେହେରା ଜରୁରୀ ଚିକିତ୍ସା ନିମନ୍ତେ ତାଙ୍କ ସ୍ତ୍ରୀ ଙ୍କୁ ସାଙ୍ଗରେ ଧରି ସ୍ୱାସ୍ଥ୍ୟକେନ୍ଦ୍ର କୁ ଆସିଥିଲେ। ହେଲେ ସ୍ୱାସ୍ଥ୍ୟକେନ୍ଦ୍ର ରେ ତାଲା ଝୁଲୁଥିବା ଦେଖିଥିଲେ। ପରେ ସେ ତାଙ୍କ ସାଙ୍ଗ ସାଥି ଓ ସମ୍ପର୍କୀୟ ମାନଙ୍କୁ ଘଟଣା ଜଣାଇଥିଲେ। ସେହିପରି ଆଖପାଖ ଗ୍ରାମର ବହୁ ସଂଖ୍ୟକ ରୋଗୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ଆସିଥିଲେ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ରେ ତାଲା ଝୁଲୁଥିବା ରୁ ସେମାନେ ନିରାଶ ରେ ଫେରିଥିଲେ।ଏନେଇ ସକାଳୁ ସକାଳୁ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ସ୍ବାସ୍ଥ୍ୟକେନ୍ଦ୍ର ମୂଖ୍ୟ ଫାଟକ ରେ ତାଲା ପକାଇବା ସହ ଘେରା ବନ୍ଦୀ ଦୀର୍ଘ ସମୟ ସ୍ୱାସ୍ଥ୍ୟକେନ୍ଦ୍ର କୋଠା କୁ ଘେରାବନ୍ଦୀ କରି ରଖିଥିଲେ। ଦିଗପହଣ୍ଡି ବ୍ଲକ ଅଧିନସ୍ଥ ଉକ୍ତ ଗ୍ରାମରେ ରହିଥିବା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ପଦ୍ମନାଭପୁୁର ଓ କଇଠଡା ପଞ୍ଚାୟତର ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ଗ୍ରାମର ସାଧାରଣ ଲୋକ ଉପଯୁକ୍ତ ଚିକିତ୍ସା ନିମନ୍ତେ ନିର୍ଭର କରିଥାନ୍ତି । କିନ୍ତୁ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ (ଏମ୍ ବି ବି ଏସ) ଡ଼ାକ୍ତର ଏବଂ କର୍ମଚାରୀ ଅଭାବ ଜନିତ ସମସ୍ୟା ଲାଗିରହିଛି। ଫାର୍ମାସିଷ୍ଟ ଙ୍କ ବ୍ୟତୀତ ଅବସ୍ଥାପିତ ଆୟୁଷ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀମାନେ ପ୍ରତି ଦିନ ସ୍ୱାସ୍ଥ୍ୟକେନ୍ଦ୍ର ରେ ବିଳମ୍ବରେ ପହଞ୍ଚୁଥିବା ନେଇ ବୁଧବାର ସକାଳେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ସ୍ବାସ୍ଥ୍ୟକେନ୍ଦ୍ର ଘେରାଉ କରିବା ସହ ତାଲାତାଲା ମଧ୍ୟ ପକାଇ ଦେଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ , ମେଡ଼ିକାଲରେ ପଦ୍ମନାଭପୁୁର ଗ୍ରାମର ରାମାରାଓ ପାତ୍ର ଫାର୍ମାସିଷ୍ଟ ଭାବେ ନିଜ କାର୍ଯ୍ୟ ସୁଚାରୁରୂପେ ଚଳାଉଥିବା ବେଳେ ବୁଧବାର ଭୋର ପ୍ରାୟ ୪ ଟାରେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଯାହାଫଳରେ ବୁଧବାର ସକାଳ ପ୍ରାୟ ୯ ପର୍ଯ୍ୟନ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ କୈାଣସି ଡାକ୍ତର କିମ୍ବା କର୍ମଚାରୀଙ୍କ ଦେଖାନଥିଲା । କିଛି ସମୟ ପରେ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ନିଯୁକ୍ତ ଥିବା ଚପରାଶି ଓ ସୁଇପର ସେଠାରେ ପହଞ୍ଚି ଥିଲେ। ଉତ୍ତେଜନା ଉଗ୍ର ରୂପ ନେବା ପୂର୍ବରୁ ସ୍ଥାନୀୟ ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧି ସେଠାରେ ପହଞ୍ଚି ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ବମକୋଇ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ତାପ୍ତ ଚିକିତ୍ସାଧିକାରୀ ଙ୍କ ସହ ଫୋନ୍ ରେ ଯୋଗାଯୋଗ କରିବା ପରେ ବମୋ କେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୁ ଡେପୁ ଟେସନରେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଜଣେ ଫାର୍ମାସିଷ୍ଟ ପଠାଇଥିବା ଜଣାପଡିଛି । ଉତ୍ତେଜନା ପ୍ରଶମିତ ହେବା ପରେ ପ୍ରାୟ ୧ ଘଣ୍ଟା ପରେ ମେଡିକାଲରେ ନିଯୁକ୍ତ ଥିବା ଡାକ୍ତର ମୋନାଲିସା ବେହେରା ପହଞ୍ଚିଥିଲେ। ତେବେ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେଲା କର୍ମଚାରୀ ଅଭାବ ଓ ନିଯୁକ୍ତ କର୍ମଚାରୀମାନଙ୍କ ଦାୟିତ୍ବହୀନ ତା ଭଳି କୁ ସାଧାରଣରେ ନିନ୍ଦା କରାଯାଇଥିବା ଜଣାପଡିଛି ।


