ଚୌଦ୍ଵାର ମଣ୍ଡଳ କାରାଗାର ରେ ବିଚାରଧୀନ କଏଦୀ ର ଆତ୍ମହତ୍ୟା !
ଚୌଦ୍ଵାର, (ଦୀପକ୍ କୁମାର ବେଉରା): ଚୌଦ୍ୱାର ମଣ୍ଡଳ କାରାଗାର ରେ ଆଜି ମଙ୍ଗଳବାର ସକାଳୁ ଜଣେ ବିଚାରଧୀନ କଏଦୀ ଆତ୍ମହତ୍ୟା କରିଥିବା ଜଣାପଡିଛି | ସୂଚନା ଅନୁଯାୟୀ ମୃତକ ଜଣକ ୨୧ ବର୍ଷୀୟ ବିଜେନ୍ଦ୍ର ବାନ ବୋଲି ଜଣାପଡିଛି । ବାଲେଶ୍ୱର ଜିଲ୍ଲା କର୍ମଦା ଥାନା ଅନ୍ତର୍ଗତ କୁଲିହା ଗ୍ରାମର ସୁବଳ ଚନ୍ଦ୍ର ବାନଙ୍କ ପୁଅ ସେ ଗତ ୧୬ ତାରିଖରେ NDPS କେଶ ରେ ବିଚାରଧୀନ କଏଦୀ ଭାବେ ଚୌଦ୍ୱାର ମଣ୍ଡଳ କାରଗାରରେ ରହିଥିଲା | ବର୍ତ୍ତମାନ ର କୋଭିଦ୍ ୧୯ ନିୟମାନୁଯାୟୀ ତାକୁ ସଂଗରୋଧ ୱାର୍ଡ ରେ ରଖାଯାଇଥିଲା |ମଙ୍ଗଳବାର ଦିନ ସକାଳୁ ବିଜେନ୍ଦ୍ରକୁ ଝୁଲନ୍ତା ଅବସ୍ଥାରେ ଦେଖି ଜେଲ୍ କତୃପକ୍ଷ | ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲ ପଠାଇଥିଲେ |ତେବେ ଡାକ୍ତର ସେଠାରେ ବିଜେନ୍ଦ୍ରକୁ ମୃତ୍ୟୁ ଘୋଷିତ କରିଥିଲେ |


