ଚୌଦ୍ୱାର ସହରରେ ପୁଣି ଜଣେ କରୋନା ପୋଜେଟିଭ ଚିହ୍ନଟ

ଚୌଦ୍ୱାର, (ସଞ୍ଜୀବ କୁମାର ତିୱାରୀ):ଚୌଦ୍ୱାର ସହରରେ ପୁଣି ଜଣେ କରୋନା ପୋଜେଟିଭ ଚିହ୍ନଟ । ଚିହ୍ନଟ ଯୁବକ ଜଣକ ନିକଟରେ ଦିଲ୍ଲୀ ରୁ ଫେରି ଗାନ୍ଧିଛକ ସ୍ଥିତ ପୌରପାଳିକା ସଂଗରୋଧ କେନ୍ଦ୍ରରେ ରହିଥିଲେ । ସେଠାରେ ଗୋଟିଏ ରାତି ରହିବା ପରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ କଟକ ଏସସିବି ମେଡିକାଲ ରେ ଭର୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯିବା ସହ ସ୍ୱାବ ଟେଷ୍ଟ କରାଯାଇଥିଲା।ପରେ ସେହି ଯୁବକ ଜଣକ ଘରକୁ ଫେରି ଗୃହ ସଂଗରୋଧ ରେ ରହିଥିଲେ। ଏବେ ତାଙ୍କ ରିପୋର୍ଟ ପଜେଟିଭ ଆସିବା ପରେ ତାଙ୍କୁ କଟକ ହସ୍ପିଟାଲ କୁ ପଠାଇ ଦିଆଯାଇଛି । ଏକଥାକୁ ଚୌଦ୍ୱାର ପୌରପାଳିକାର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା ପୃଷ୍ଟି କରିଛନ୍ତି। ଏଥିସହ ସମ୍ପୃକ୍ତ ଯୁବକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ୮ଜଣକୁ ଠାବ କରାଯାଇଥିବା ପୌରାଧିକାରୀ କହିଛନ୍ତି।ସେମାନଙ୍କୁ ଗୃହ ସଂଗରୋଧ ରେ ରଖାଯିବା ସହ ସେମାନଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଉଛି। ଏଠାରେ ସୂଚନା ଯୋଗ୍ୟ ଚୌଦ୍ୱାର ପୋୖରାଞ୍ଚଳ ରେ ଏହା ଦ୍ୱିତୀୟ ପଜେଟିଭ କେସ ଏବଂ ପ୍ରଥମ ସଂକ୍ରମିତ ଚିହ୍ନଟ ଜଣକ ସୁରଟ ଫେରନ୍ତା ଓ ସେ ସଙ୍ଗରୋଧା କେନ୍ଦ୍ରରେ ଥିଲେ। ଏହି ଘଟଣା ପରେ ସହରରେ ଗୋଷ୍ଟି ସଂକ୍ରମଣ ର ଆଶଙ୍କା ଥିବାରୁ ସମସ୍ତଙ୍କୁ ସରକାରଙ୍କ ନିୟମ ମାନି ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ