ଛତିଶଗଡରୁ ଭିଟାମାଟି ମୁହାଁ ଶ୍ରମିକ, ସରକାରଙ୍କ ଉପରୁ ଆଶା ଛାଡି ସାଇକେଲରେ ଗାଁ ମୁହାଁ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ମନରେ କରୋନା ର ଭୟ ପେଟରେ ଭୋକ,ନିକଟରେ କିଏ ରାହା ନାହିଁ କି ସାହା ନାହିଁ ଶେଷରେ ସରକାର ଙ୍କ ଉପରେ ଆଶା ରଖି ନିରାଶ ହେବା ପରେ ଏବେ ଭିଟା ମାଟି ମୁହାଁ ଛତିଶଗଡ ରେ କାର୍ୟ୍ୟ କରୁଥିବା ଓଡ଼ିଆ ଶ୍ରମିକ, କିଏ ଚାଲି ଚାଲି ଆସୁଛନ୍ତି ତ କିଏ ସାଇକେଲ କ୍ଷ ଏଭଳି ସମୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ପୋଡାମାରି ଗ୍ରାମର ୮ ଜଣ ଶ୍ରମିକ ସାଇକେଲରେ ଭିଟା ମାଟି ଯାଉଥିବା ତୁମୁଡିବନ୍ଧ ଏକ ଜଙ୍ଗଲ ରାସ୍ତାରେ ଦେଖିବାକୁ ମିଳିଥିଲା, ୮ ଜଣ ଶ୍ରମିକ ଦିଗପହଣ୍ଡି ଥାନା ପୋଡାମାରି ଅଞ୍ଚଳରୁ ଶ୍ରମିକ ଭାବେ କାମ କରିବା ପାଇଁ ପଡୋଶୀ ଛତିଶଗଡ ରାୟପୁର ସହରକୁ ଯାଇଥିଲେ. କିନ୍ତୁ ଲକଡାଉନ ପରେ କାମଧନ୍ଦା ବନ୍ଦ ହୋଇଯିବା ସହ କାମ ଧନ୍ଦା ହରାଇ ଥିଲେ ଓ ସଞ୍ଚିତ ଅର୍ଥ ମଧ୍ୟ ସରିଯାଇଥିଲା, ଲକଡାଉନ ଅବଧି ବଢିବା ପରେ ସେମାନେ ଚଳିବ କଷ୍ଟ କର ହୋଇପଡିଲା, ଶେଷରେ ସେମାନେ ରାଜ୍ୟ ସରକାର ଙ୍କ ଉପରେ ଭରଷା ରଖିଥିଲେ ତାଙ୍କୁ ନିଜ ଗାଁକୁ ଆସିବା ପାଇଁ କିନ୍ତୁ ନିରାଶ ହୋଇ ଗୁରୁବାର ଦିନ ଗୋଟିଏ ଗୋଟିଏ ସାଇକେଲ ଧରି ବାହାରି ଥିଲେ ରାୟପୁର-ଗୋପାଳପୁର ୫୯ଜାତୀୟରାଜପଥରେ. ଦିନରେ ଧୁ ଧୁ ଖରା ଯୋଗୁଁ ଅଧିକ ରାସ୍ତା ଯାଇ ପାରୁନଥିବା ବେଳେ ଅନ୍ଧାର ରାତିକୁ ଖାତିର ନ କରି ଜଙ୍ଗଲ ପାହାଡ଼ ରାସ୍ତାରେ ସେମାନେ ମାଇଲ ମାଇଲ ରାସ୍ତା ଅତିକ୍ରମ କରୁଛନ୍ତି, କେବଳ ସେମାନଙ୍କ ଖାଦ୍ୟ କହିଲେ ଚୂଡ଼ା ଓ ଚିନି ଖାଇ ଯାଉଥିବା ଜଣେ ଶ୍ରମିକ କହିଛନ୍ତି, ଏହି ଭଳି ଯାଉଥିବା ଖବର ପାଇ ସେହି ରାସ୍ତା ଦେଇ ଯାଉଥିବା ସାହାରା ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ସୁକାନ୍ତ କୁମାର ନାୟକ ଭେଟିବା ପରେ ଚୁଡା, ଚିନି ଓ ବିସ୍କୁଟ ପ୍ରଦାନ କରିଥିଲେ, ସେମାନେ ଖାଇବା ସହ କିଛି ଧରି ଥିଲେ ଓ ନିଜ ନିଜ ମୋବାଇଲରେ ଚାର୍ଜ ନଥିବାରୁ ଘର ସହ ଯୋଗା ଯୋଗ ହୋଇ ପାରୁନଥିବାରୁ ଶ୍ରୀ ନାୟକ ଙ୍କ ଫୋନରେ କଥା ହୋଇଥିଲେ ଓ ସରପଞ୍ଚ ଙ୍କ ସହ ମଧ୍ୟ ସେମାନେ ଆସୁଥିବା ଖବର ଜଣାଇଥିଲେ, ସରପଞ୍ଚ ସେମାନଙ୍କୁ ତପ୍ତପାଣି ସାଙ୍ଗରୋଧ କେନ୍ଦ୍ରକୁ ପଂହଁଚିବା ପାଇଁ ପରାମର୍ଶ ଦେଇଥିବା କହିଥିଲେ, ଏହା ପରେ ସେମାନେ ଦାରିଙ୍ଗବାଡି, ବ୍ରାହ୍ମଣୀଗାଁ ଦେଇ ଗଜପତିର ମୋହନା ଦେଇ ତପ୍ତପାଣିରେ ପଂହଁଚିବେ ବୋଲି କହିଛନ୍ତି, ତେବେ ଏଭଳି ବହୁ ଶ୍ରମିକ ସାଇକେଲ ଓ ଚାଲି ଚାଲି ଯାଉଥିବା ବେଳେ ଜିଲ୍ଲା ପ୍ରଶାସନର କୌଣସି ଲଗାମ ରହୁନଥିବାରୁ ଚିନ୍ତା ପ୍ରକଟ ହୋଇଛି,