ଛତୁଆ ପ୍ରସ୍ତୁତି ଓ ବଣ୍ଟନ ଗୋଷ୍ଠୀ ଚୟନରେ ପକ୍ଷପାତିତା : ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଗଣଧାରଣା ଚେତାବନୀ

ବାଲେଶ୍ୱର,(ସରୋଜ ପଣ୍ଡା): ଅଙ୍ଗନବାଡ଼ି କେନ୍ଦ୍ର ଶିଶୁଙ୍କ ସମେତ ଗର୍ଭବତୀ ଓ ପ୍ରସୂତିଙ୍କ ପାଇଁ ଛତୁଆ ପ୍ରସ୍ତୁତି ତଥା ବଣ୍ଟନ କ୍ଷେତ୍ରରେ ଜିଲାର ବିଭିନ୍ନ ବ୍ଲକରେ ପାତରଅନ୍ତର ନୀତି ଚାଲିଥିବା ନେଇ ଅଭିିଯୋଗ ଉଠାଇଛନ୍ତି ବସ୍ତା ଅଞ୍ଚଳର ‘ମାଆ ଅମ୍ବିକା ଉତ୍ପାଦକ ଗୋଷ୍ଠୀ’ର କର୍ମକର୍ତ୍ତାମାନେ ।ଏହି ପରିପ୍ରେକ୍ଷୀରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଗୋଷ୍ଠୀର ସଭାନେତ୍ରୀ ଶାନ୍ତିଲତା ପାତ୍ର, ସମ୍ପାଦିକା କବିତା ଦାସଅଧିକାରୀ ପ୍ରମୁଖ ଯୋଗଦେଇ ବିଭିନ୍ନ ବ୍ଲକର ସମ୍ମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଓ ଜିଲା ସମାଜ ମଙ୍ଗଳ ଅଧିକାରିଣୀଙ୍କ ତଞ୍ଚକତାପୂର୍ଣ୍ଣ କାର୍ଯ୍ୟଧାରାକୁ ସମାଲୋଚନା କରିଛନ୍ତି । ପ୍ରତିବର୍ଷ ଆରମ୍ଭରେ ଛତୁଆ ପ୍ରସ୍ତୁତି ଓ ବଣ୍ଟନ ପାଇଁ ଜାରି ବିଜ୍ଞପ୍ତି ଅନୁସାରେ ମାଆ ଅମ୍ବିକା ଗୋଷ୍ଠୀ ଆବେଦନ କରୁଛି । ଆବେଦନ ପରେ ବିଭାଗୀୟ ଅଧିକାରୀମାନେ ଛତୁଆ ପ୍ରସ୍ତୁତି ୟୁନିଟ ଯାଞ୍ଚ ଓ ଉତ୍ପାଦିତ ଛତୁଆର ଗୁଣାବତ୍ତା ପରୀକ୍ଷା ସହ ପ୍ରମାଣପତ୍ର ଦେଉଛନ୍ତି । ମାତ୍ର ବଣ୍ଟନ ଦାୟିତ୍ୱ ବାହାର ବ୍ଲକର ଗୋଷ୍ଠୀଙ୍କୁ ପ୍ରଦାନ କରାଯାଉଥିବା ଶ୍ରୀମତୀ ପାତ୍ର ଆରୋପ କରିଛନ୍ତି । ବ୍ୟାଙ୍କରୁ ୨୦ ଲକ୍ଷ ଟଙ୍କା ଋଣ ଆଣି ସେମାନେ ଛତୁଆ ପ୍ରସ୍ତୁତି ୟୁନିଟ ସ୍ଥାପନ କରିଥିଲେ । ଏବେ ପ୍ରତିମାସ ବ୍ୟାଙ୍କକୁ ସୁଧଅର୍ଥ ପଇଠ କରିବା ସେମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ତୁରନ୍ତ ସେମାନଙ୍କୁ ବଣ୍ଟନ ଦାୟିତ୍ୱ ଦେବାକୁ ସେମାନେ ଦାବି କରିଛନ୍ତି । ଅନୁରୂପ ଭାବେ ଆରୋପ ଉଠାଇଛନ୍ତି ଜଳେଶ୍ୱର ବ୍ଲକର କଲ୍ୟାଣମୟୀ ସ୍ୱୟଂ ସହାୟକ ଗୋଷ୍ଠୀ । ଗଣବତ୍ତାଯୁକ୍ତ ଛତୁଆ ପ୍ରସ୍ତୁତି ସହ ବଣ୍ଟନ ପାଇଁ ସେମାନେ ଯୋଗ୍ୟ ହୋଇଥିଲେ ବି ସେମାନଙ୍କୁ ଦାୟିତ୍ୱ ମିଳୁ ନଥିବା କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ଏନେଇ ହାଇକୋର୍ଟରେ ଡବ୍ଲ୍ୟୁପିସି ୨୦୦୧୭/୨୦୨୦ ନଂର ଏକ ମାମଲା ରୁଜୁ ହୋଇଥିବା ସେମାନେ ସୂଚନା ଦେଇଥିଲେ । ତେବେ ଜିଲାପାଳ ତୁରନ୍ତ ସମାଧାନ ପାଇଁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଅଦ୍ୟାବଧି ସେ ବାବଦରେ ଜିଲାପାଳ କିମ୍ବା ଜିଲା ସମାଜ ମଙ୍ଗଳ ଅଧିକାରିଣୀ କୌଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ୟର ବିଷୟ ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ତେବେ ସପ୍ତାହେ ମଧ୍ୟରେ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନିଆ ନଗଲେ ସେମାନେ ବ୍ଳକ ସମ୍ମୁଖରେ ଗଣଧାରଣାରେ ବସିବେ ବୋଲି ଦୁଇ ଗୋଷ୍ଠୀର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । କଲ୍ୟାଣମୟୀ ଏସଏଚଜିର ସଭାପତି ନିମାରାଣୀ ସିଂହ, ସମ୍ପାଦିକା ନିୟତି ରାଜଙ୍କ ସମେତ ଦୁଇ ଗୋଷ୍ଠୀର ବହୁ ସଦସ୍ୟା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ