ଛତ୍ରପୁର ଉପଖଣ୍ଡସ୍ତରୀୟ ସଡକ ସୁରକ୍ଷା କମିଟିର ବୈଠକ

ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ୍): ସଡକ ସୁରକ୍ଷା ଜୀବନ ରକ୍ଷା , ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ଧନ ସମ୍ପତ୍ତି ସହିତ ଜୀବନ ରକ୍ଷା ଉପରେ ଜିଲ୍ଲାପ୍ରଶାସନ ବିଭିନ୍ନ ସଚେତନତା କରି ସଡକ ସୁରକ୍ଷା କରିଆସୁଛନ୍ତି । ଏନେଇ ଆଜି ଛତ୍ରପୁର ଉପଖଣ୍ଡସ୍ତରୀୟ ସଡକ ସୁରକ୍ଷା କମିଟିର ବୈଠକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନୋ ହେଲମେଟ୍ ନୋ ପେଟ୍ରୋଲ ନୀୟମକୁ କଡାକଡି ପାଳନ କରିବା ଉପରେ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି କହିଥିଲେ । ଛତ୍ରପୁର ଉପଖଣ୍ଡସ୍ତରୀୟ ସମସ୍ତ ପେଟ୍ରୋଲ ପମ୍ପରେ ମାଲିକ ମାନଙ୍କୁ ଏସବୁ ନୀୟମ ଉପରେ କୁହାଯାଇଛି । ପେଟ୍ରୋଲ ପମ୍ପ ଗୁଡିକରେ ଲାଗିଥିବା ସିସି ଟିଭି ଫୁଟେଜ୍ ଗୁଡିକ ପ୍ରତ୍ୟେକ ୧୫ ଦିନ କୁ ଥରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଜରିଆରେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ଦେବେ । ଏହାକୁ ଗଂଜାମ ଆରଟିଓ ତନଖି ଦେଖି ନୀୟମ ଉଲ୍ଲଘନ କରିଥିବା ଗାଡି ଗୁଡିକ ଉପରେ ଜରିମାନା ଆଦାୟ କରିବା ବିଭିନ୍ନ ମାମଲା ରୁଜୁ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି କହିଥିଲେ । ଛତ୍ରପୁର ଉପଖଣ୍ଡସ୍ତରୀୟ ଜାତୀୟ ରାଜପଥରେ ଚିହ୍ନଟ ହୋଇ ଦୁର୍ଘଟଣା ପ୍ରବଳ ଅଂଚଳ ଗୁଡିକରେ ବ୍ଲାକ ସ୍ପଟ ସ୍ଥାପନ ହେବ । ସେଠାରେ ଏକ ଟ୍ରାଫିକ ପୁଲିସ ରହି ରାତିରେ ରେଡିୟମ ଲାଇଟ ଗାଡି ଗୁଡିକ କୁ ସଚେତନତା କରିବେ । ସେଗୁଡିକ ହେଲା ମାୟାପାଟଣା ଠାରୁ ବଡପଦର , ଚମାଖଣ୍ଡି ଛକ ଠାରୁ ସୀତାନଗର, ଅନନ୍ତପୁର ଛକ ଠାରୁ ରଘୁନାଥପୁର, ଛତ୍ରପୁର କଲେଜ ଛକ ଓ ଡିଆରଡିଏ ଛକ, ହୁମ୍ମା ଛକ ଠାରୁ ପାଲୁର ଜଙ୍ଗସନ, ସୂର୍ଯ୍ୟନାରାୟଣପୁର ଛକ ଠାରୁ ପୁଇଁତୋଳା ଛକ, ଜି.ଗଣ୍ଡାପଲ୍ଲୀ ଠାରୁ ସାନଘାଟି, କେଶପୁର ଫାୟାର ଷ୍ଟେସନ ଛକ ଠାରୁ ଖଲିକୋଟ ସମେତ ବିଭିନ୍ନ ଜାତୀୟ ରାଜପଥରେ ଥିବା ରାସ୍ତାଗୁଡିକ ବ୍ଲାକ ସ୍ପଟ ଭାବେ ଚିହ୍ନଟ କରାଯାଇଛି । ପ୍ରତ୍ୟେକ ସ୍କୁଲ ଓ କଲେଜ ଗୁଡିକ ବିନା ହେଲମେଟ୍ ଓ ବିନା ଲାଇସେନ୍ସ ରେ ଗାଡି ଚଳାଇ ଆସୁଥିବା ଛାତ୍ରଛାତ୍ରୀଙ୍କ ଉପରେ ରୋକ ଲଗାଯିବ । ସେମାନଙ୍କ ଅଭିଭାବକ ମାନଙ୍କୁ କୁହାଯିବ । ସ୍କୁଲ ଓ କଲେଜ ରେ ଏହି ସଂପର୍କ ସଚେତନତା କରାଯାଉଛି । ଆହୁରୀ ବ୍ୟାପକ ଭାବେ ସଚେତନତା କରାଯିବ । ଟ୍ରେକର, ସିଟିବସ ଏବଂ ବସ୍ ଗୁଡିକ କିପରି ଓଭରଲୋଡରେ ଯାତ୍ରୀ ମାନଙ୍କୁ ନନେବେ ସେଥି ପ୍ରତି ଦୃଷ୍ଟି ଦିଆଯିବ ଏବଂ ଘନ ଘନ ଚଢଉ କରାଯିବ । ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକରେ ଜିଲ୍ଲାପାଳ ଦୁର୍ଘଟଣା ରୋକିବା ନିମନ୍ତେ ବିଭିନ୍ନ ପ୍ରକାର ଉଦ୍ୟମ କରିଛନ୍ତି । ଛତ୍ରପୁର କଲେଜ ଓ ଡିଆରଡିଏ ଛକ ଓବରବ୍ରିଜ କରିବା ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକରେ ଜିଲ୍ଲାପାଳ ଗୃହୀତ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିକଟକୁ ପଠାଇଛନ୍ତି । ଏହି ଉପଖଣ୍ଡସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକରେ କମିଟି ସଦସ୍ୟ ତଥା ଗଂଜାମ ଆରଟିଓ ସଂଜୟ କୁମାର ବିଶ୍ୱାଳ ଓ ଏମଭିଆଇ ସମୀର କୁମାର ଦଳାଇ ଯୋଗଦେଇ ସଡକ ସୁରକ୍ଷା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ପୁଲିସ ଏସଡିପିଓ ଉକ୍ରଳ କେଶରୀ ଦାସ, ଆସିଷ୍ଟାଣ୍ଡ କଲେକ୍ଟର ଶରତ କୁମାର ପାତ୍ର ଓ ବିକ୍ରମ ଦୋରା, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଜି.ରାଜ ଗୋପାଳ ରାଓ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଉମେଶ କୁମାର ସ୍ୱାଇଁ, ଜାତୀୟ ରାଜପଥର ଅଧିକାରୀ ମାନେ , ଛତ୍ରପୁର ବିଇଓ ଅବିନାଶ ଶତପଥୀଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଏବଂ ଟ୍ରେକର, ମିନିବସ ,ଅଟୋ ଓ ବସ ମାଲିକ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ବିଭିନ୍ନ ସୁବିନ୍ତିତ ମତାମତ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ