ଛତ୍ରପୁର ଏନ୍ଏସିରୁ ବିଜେଡିର ଜନସଂପର୍କ ପଦଯାତ୍ରା ଆରମ୍ଭ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଠାରୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆରମ୍ଭ ହୋଇଯାଇଛି । ରାଜ୍ୟସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଜନମଙ୍ଗଳ ଯୋଜନା ଗୁଡିକର ଏହି ଜନସଂପର୍କ ପଦଯାତ୍ରା ମାଧ୍ୟମରେ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଠାରେ ବାର୍ତା ପହଞ୍ଚାଇବା ଏବଂ ଏହି ବାର୍ତ୍ତା ଜରିଆରେ ଜନସାଧାରଣ ସଚେତନତା ହୋଇ ଯୋଜନା ଗୁଡିକର ସୁଫଳ ପାଇ ପାରିବେ ଉଦ୍ଦେଶ୍ୟରେ ବିଜୁ ଜନତା ଦଳର ଆଭିମୁଖ୍ୟ ରହିଛି ବୋଲି ବିଧାୟକ ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟସୂଚୀ ଏବଂ ମୋ ସରକାର କାର୍ଯ୍ୟକ୍ରମ ସଂପର୍କରେ ବିଧାୟକ ଶ୍ରୀ ବେହେରା ଲୋକମାନଙ୍କୁ ସଚେତନତା କରାଇଥିଲେ । ସ୍ଥାନୀୟ ନେତାଜୀ ଛକ ସ୍ଥିତ ସ୍ୱର୍ଗତ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଜନସଂପର୍କ ପଦଯାତ୍ରା ଛତ୍ରପୁର ଏନ୍ଏସି ଠାରୁ ଆଜି ଶୁଭାରମ୍ଭ ହୋଇଥିଲା । ଅନସ୍ଲୋ ହାଇସ୍କୁଲ ରୋଡ୍ ଦେଇ ବିଶେଶ୍ୱର ମନ୍ଦିର ଠାରୁ ଅପରବସଷ୍ଟାଣ୍ଡ, ମଝିବଜାର, ରିକାପଲ୍ଲୀ ଛକ, ଲୋୟର ବସଷ୍ଟାଣ୍ଡ ଦେଇ ଏନ୍ଏସିର ସମସ୍ତ ୱାର୍ଡରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଜନସଂପର୍କ ପଦଯାତ୍ରାରେ ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡି, ଉପାଧ୍ୟକ୍ଷ ଅମିତା ସାହୁ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ ଓ ଆଦିକନ୍ଦ ସେଠୀ, ୨୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଏସ୍.କିଶୋର ଚନ୍ଦ୍ର ରେଡ୍ଡି, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ବିଜେଡି ଜିଲ୍ଲା ସଂପାଦକ ମନୋଜ କୁମାର ପାଢୀ, ପୂର୍ବତନ ଏନ୍ଏସି ଅଧ୍ୟକ୍ଷା ଜି.ଆରତୀ, ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଶ କୁମାର ବେହେରା, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ଟି.ଚନ୍ଦ୍ର ଶେଖର ରାଓ, ରାଜେଶ କୁମାର ସାହୁ, ବି.ରାଜି ବାବୁ ଓ ତୁଷାର କାନ୍ତ ପାଣ୍ଡି, ପୂର୍ବତନ ସାଂସଦ ପ୍ରତିନିଧି ଜି.ପାପା ରାଓ, କେ.ରମେଶ, କେ.ଜଗଦୀଶ୍ ରାଓ, ଟି.ନାରାୟଣ ରେଡ୍ଡି, ଯୁବନେତା ବିମଳ ପଣ୍ଡା, ସରକାରୀ ଓକିଲ ଭୈରବୀ ପଟ୍ଟନାୟକ, ସୁରେଶ କୁମାର ପଣ୍ଡା, ଡମିନାଥ ସାହୁ, କାଳି ପ୍ରସାଦ ଦାଶ ଓ ପ୍ରଦୀପ କୁମାର ପାତ୍ର, ମହିଳା ନେତ୍ରୀ ସୁବର୍ଣ୍ଣବାଳା ବିଷୋୟୀ, ବ୍ଲକ ସଭାନେତ୍ରୀ ନମିତା ମହାରଣା, ଏନ୍ଏସି ବିଜେଡି ସଭାପତି ଦିବାକର ବେହେରା, ପୂର୍ବତନ ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ମହାନାଦପୁର ବିଜେଡି ଯୁବନେତା ରବୀନ୍ଦ୍ର କୁମାର ରାଉଳ, ବଡମାଧପୁର ସରପଂଚ ଶରତ ଖୁଂଟିଆ, ସମିତି ସଭ୍ୟ ଏନ୍.କ୍ରିଷ୍ଣା ରେଡ୍ଡୀ, ବିପୁଳିଙ୍ଗି ସରପଂଚ ଟି.ନରସିଂହ ରେଡ୍ଡୀ, ଜୟଦେବ ଲେଙ୍କା, ନରେନ୍ଦ୍ରପୁର ସମିତି ସଭ୍ୟ ଜ୍ୟୋତିରଂଜନ ସାହୁ, ଙ୍କ ସମେତ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ଏବଂ ବହୁ ବିଜେଡି ନେତା ଓ କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ