ଛତ୍ରପୁର ଓକିଲ ସଂଘ ପକ୍ଷରୁ ମାସ୍କ ବଣ୍ଟନ
ଛତ୍ରପୁର (ଦେବଦତ୍ତ ମହାରଣା): ଆଜି ଛତ୍ରପୁର ଓକିଲ ସଂଘ ପକ୍ଷରୁ ଓକିଲ ସଂଘ କାର୍ଯ୍ୟାଳୟ ଠାରେ ସଚେତନତା କରାଯାଇ ବିନା ମାସ୍କ ଧାରୀ ମାନଙ୍କୁ ମାସ୍କ ବଣ୍ଟନ କରାଯିବା ସହିତ ସାମାଜିକ ଦୂରତା ରକ୍ଷା ରଖିବା, ନିୟମିତ ହାତ ଧୋଇବା ଆଦି ସଂପର୍କରେ ସଚେତନତା କରାଯାଇଛି । କରୋନା ଦାଉରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା , ସାମାଜିକ ଦୂରତା ରକ୍ଷା କରିବା ହିଁ ଏକମାତ୍ର ଉପାୟ । ଏଣୁ ସମସ୍ତେ ମାସ୍କ ପିନ୍ଧିବା ନିହାତି ଜରୁରୀ ବୋଲି ସଚେତନତା କରାଯାଇଥିଲା । ଏହି ସଚେତନତା ବେଳେ ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢି ,ଯୁଗ୍ମ ସଂପାଦକ ସଞ୍ଜୟ କୁମାର ବେହେରା, ଲାଇବ୍ରେୀରୀ ଓ ସେମିନାର ସଂପାଦକ ସୁରେଶ କୁମାର ପଟ୍ଟନାୟକ ,ପୂର୍ବତନ ସଭାପତି ରାମ ଚନ୍ଦ୍ର ବେହେରା ଓ କମଳ ଲୋଚନ ଦାସ ଙ୍କ ସମେତ ବହୁ ସଂଘର ସଭ୍ୟ ମାନେ ଉପସ୍ଥିତ ଥିଲେ ।


