ଛତ୍ରପୁର ଟାଏକୋଣ୍ଡୋ କଲର ବେଲ୍ଟ ପ୍ରତିଯୋଗିତା

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ କେଏମପି ସ୍ପୋର୍ଟସ୍ ଏସକାଡେମୀ ପକ୍ଷରୁ ୨୮ ତମ କଲର ବେଲ୍ଟ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ର ସଭାପତି ଶ୍ରୀକାନ୍ତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସନ୍ତରଣ ତାଲିମ ମୁଖ୍ୟ ସ୍ୱାଗତ ମହାପାତ୍ର, ଛତ୍ରପୁର ସନ୍ତରଣ ତାଲିମ କୋଚ୍ ଦୀପକ କିଶାନ୍‌, ଜାତୀୟ କ୍ରୀଡା ପ୍ରାଧିକରଣ ସ୍ୱୀକୃତିପ୍ରାପ୍ତ କୋଚ ଇ. ଲଳିତ କୁମାର, ପ୍ରସାଦ ନାୟକ ଓ ଜାତୀୟ କୋଚ୍ ବାସୁ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆନ୍ତର୍ଜାତିକ କୋଚ୍ କେ. ମନୋଜ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ଟାଉକୋଣ୍ଡୋ ସଂଘ ସମ୍ପାଦକ ତଥା ଆନ୍ତର୍ଜାତିକ କୋଚ୍ ଓ ରେଫେରୀ ମନମୋହନ ଭଞ୍ଜ ପରୀକ୍ଷକ ଭାବେ ଯୋଗ ଦେଇ ସମସ୍ତ ପ୍ରତିଯୋଗୀଙ୍କ ପ୍ରାକ୍ଟିକାଲ ଓ ଥିଓରୀ ପରୀକ୍ଷା କରାଯାଇଥିଲା । ଏଥିରେ ଆୟୋଜକ କେଏମପି ସ୍ପୋର୍ଟସ ଏକାଡେମୀ ସମେତ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି, ବଡମାଧପୁର, ପୁରୁଷୋତ୍ତମପୁର ଓ ଗଞ୍ଜାମ ଅଂଚଳର ଏକାଡେମୀର ୧୦୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ