ଛତ୍ରପୁର ପ୍ରେସ କ୍ଲବର ନୂତନ କୋଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ସ୍ଥିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ଛତ୍ରପୁର ପ୍ରେସ କ୍ଲବର ନୂତନ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏଥିରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେଦତ୍ତା ତ୍ରୟ ଭାଉ ସାହେବ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ପ୍ରମୁଖ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏ‌ହି କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ଉପଦେଷ୍ଟା ରବିନ୍ଦ୍ର ନାଥ ପଣ୍ଡା, ରବିନ୍ଦ୍ର କୁମାର ପଣ୍ଡା, ଶ୍ରୀକାନ୍ତ ମହାନ୍ତି ଓ ବସନ୍ତ ମହାରଣା, ସଭାପତି ପ୍ରଶାନ୍ତ କୁମାର ମହାରଣା, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ, ଉପସଭାପତି ଦିଲ୍ଲିପ କୁମାର ସାମଲ ଓ ସୁଧିର କୁମାର ନାହାକ, ସହ ସମ୍ପାଦକ କେ.ସତ୍ଯନାରାୟଣ ରେଡ୍ଡୀ ଓ ଇଜୁ ଅମିନ ଖାନ୍,କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, ସାମ୍ବାଦିକ କୃପାସିନ୍ଧୁ ପଣ୍ଡା,କ୍ଷୀରୋଦ ଚନ୍ଦ୍ର ସାହୁ,ସନ୍ତୋଷ କୁମାର ମିଶ୍ର, ଅଜିତ ସ୍ୱାଇଁ, ସନ୍ତୋଷ କୁମାର ସାହୁ, ଦେବବ୍ରତ ପଣ୍ଡା ରବିନ୍ଦ୍ର ନାହାକ, ପ୍ରଦୀପ କୁମାର ସାହୁ , ଅଶୋକ କୁମାର ବେହେରା, ବିସ୍ମୟ ପ୍ରଧାନ, ସୁଜୟ ସୁ ପ୍ରକାଶ ଧଳ,ସନ୍ତୋଷ କୁମାର ସାହୁ, ଭଗବାନ ରାଉଳ, କିଶୋର ଚନ୍ଦ୍ର ମହାନ୍ତି, ଗୌରପ୍ରସାଦ ମହାପାତ୍ର, କେ. ରମେଶ ରାଓ ଏବଂ ଗଞ୍ଜାମ ପ୍ରେସ କ୍ଲବର ଉପଦେଷ୍ଟା ଉମାକାନ୍ତ ବେହେରା, ସଭାପତି ଶବର ତରାଇ, ସମ୍ପାଦକ ବିଦ୍ୟାଧର ସାହୁ, ଏନଏସି କନିଷ୍ଠ ଯନ୍ତ୍ରୀ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଷଡଙ୍ଗୀ ଓ ଜ୍ୟୋସ୍ନାମୟୀ ଜେନା, ସମାଜସେବୀ ସୟଦ ମୁକ୍ତାର, ବି. ରାଜିବାବୁ ଓ ସିଏଚ. ଜନାର୍ଦନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ