ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ରକ୍ତ ଦାନ ଶିବିର ୧୨୧ ୟୁନିଟ ରକ୍ତ ସଂଗ୍ରହ

ଛତ୍ରପୁର, (ଦେବଦତ୍ତ ମହାରଣା):ସବୁଠି ପ୍ରଚଣ୍ଡ ରୌଦ୍ରତାପ । ଖରା ପାଇଁ ରକ୍ତ ସଂଗ୍ରହରେ ହେଉଛି ସମସ୍ୟା । ଫଳରେ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ଦେଖାଦେଇଛି ରକ୍ତ ସଙ୍କଟ। ପ୍ରତିଦିନ ଏହି ଭଣ୍ଡାର ଉପରେ ନିର୍ଭର କରନ୍ତି ପ୍ରାୟ ହଜାରରୁ ଉର୍ଦ୍ଧ୍ବ ରୋଗୀ । ଥାଲାସେମିଆ, କର୍କଟ, ବୋନମ୍ୟାରୋ, ସାଧାରଣ ତଥା ଜଟିଳ ଅପରେସନ ସାଙ୍ଗକୁ ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ତ ଆବଶ୍ୟକତା ରହିଛି। ଏଣେ ଖରା ଯୋଗୁଁ ରକ୍ତ ଅଭାବ ଦେଖା ଦେଇଥିବାରୁ କାହାକୁ ଘଣ୍ଟା ଘଣ୍ଟା ତ କାହାକୁ ଦିନ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ପ୍ରତିବର୍ଷ ଗ୍ରୀଷ୍ମ ୨-୩ ମାସ ଏହି ସଙ୍କଟ ଦେଖାଦିଏ । ତେବେ ଚଳିତବର୍ଷ ଅଧିକ ଖରା ଯୋଗୁ ରକ୍ତଦାନ ପାଇଁ କେହି ଆଗକୁ ଆସୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ରୋଗୀମାନଙ୍କ ହିତ ନିମନ୍ତେ ଦୁଇ ପାଦ ଆଗକୁ ଆସି ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ବ୍ରହ୍ମପୁର ବଡ ମେଡିକାଲର ରକ୍ତ ଭଣ୍ଡାରରେ ଆବଶ୍ୟକ ପଡୁଥିବା ରକ୍ତର ଅଭାବ ଦୂର କରିବା ପାଇଁ ଛତ୍ରପୁର ପ୍ରେସ କ୍ଲବ ପରିସରରେ ଆୟୋଜିତ ଏହି ଶିବିରରେ ୧୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇ ବ୍ରହ୍ମପୁର ବଡ ମେଡିକାଲର ରକ୍ତ ଭଣ୍ଡାରକୁ ହସ୍ତାନ୍ତର କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ଯଜ୍ୟୋତି ପରିଡା ମୂଖ୍ଯ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ଭାଇ ମାନଙ୍କୁ ଉତ୍ସାହିତ କରିଥିଲି, ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗରମ ହେତୁ ରକ୍ତ ଦାନ ଶିବିରର ଆୟୋଜନ କରାଯାଇ ପାରୁ ନ ଥିବା ବେଳେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଏଭଳି ମହତ ଆୟୋଜନ ସଫଳତାର ସହ ସମ୍ପନ୍ନ କରାଯାଇଥିବାରୁ ଜିଲ୍ଲାପାଳ ପ୍ରେସ କ୍ଲବର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ କାର୍ଯ୍ୟକ୍ରମକୁ ସମସ୍ତ ସହାୟତାର ପ୍ରତିଶୃତି ଦେଇଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ଗଞ୍ଜାମ ଏସପି ଜଗମୋହନ ମୀନା ଯୋଗଦେଇ ପ୍ରେସ କ୍ଳବ କୁ ଧନ୍ୟବାଦ ଦେବା ସହିତ ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଥିଲେ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା, ଛତ୍ରପୁର ଥାନାଧିକାରୀ ସତ୍ଯ ରଞ୍ଜନ ପ୍ରଧାନ, ଏନଏସିର ଉପାଧ୍ୟକ୍ଷ ଜି. ପାପା ରାଓ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀଙ୍କ ବହୁ ବହୁ ବ୍ୟକ୍ତି ମାନେ ଶିବିର ପରିଦର୍ଶନ କରି ଏହି ମହତ ଉଦ୍ୟମର ଭୂରି ଭୂରି ପ୍ରଶଂସା କରିଥିଲେ। ଛତ୍ରପୁର ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ ମହାରଣାଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ରବିନ୍ଦ୍ର କୁମାର ପଣ୍ଡା, ରବିନ୍ଦ୍ରନାଥ ପଣ୍ଡା, ଶ୍ରୀକାନ୍ତ ମହାନ୍ତି ଓ ବସନ୍ତ ମହାରଣା , ସମ୍ପାଦକ ସନ୍ତୋଷ ପାଢୀ, ଉପ ସଭାପତି ଦିଲ୍ଲୀପ ସାମଲ ଓ ସୁଧୀର ନାହାକ, କୋଷାଧ୍ୟକ୍ଷ ସରୋଜ ସାମଲ କାର୍ଯ୍ୟକାରୀ ସଦସ୍ଯ କ୍ଷୀରୋଦ ସାହୁ, ସନ୍ତୋଷ ମିଶ୍ର, ଅଜିତ ସ୍ବାଇଁ, ସୁଜୟ ସୁପ୍ରକାଶ ଧଳ, ସଭ୍ୟ କେ.ସତ୍ଯ ନାରାୟଣ ରେଡ୍ଡୀ, ବିସ୍ମୟ ପ୍ରଧାନ, ସନ୍ତୋଷ ସାହୁ, ରବିନ୍ଦ୍ର ନାହାକ, ପ୍ରଦୀପ ସାହୁ, କିଶୋର ମହାନ୍ତି, କେ ରମେଶ, ଅଶୋକ କୁମାର ବେହେରା,ଭଗବାନ ରାଉଳ, ଗୌର ପ୍ରସାଦ ମହାପାତ୍ର, ଅମିତ ରାଉଳ,କ୍ଷେତ୍ରବାସୀ ସାହୁ ଓ ଅଶୋକ କୁମାର ରଥ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ବ୍ରହ୍ମପୁର ରକ୍ତ ଭଣ୍ଡାରର ମେଡିକାଲ ଅଫିସର ଡକ୍ଟର ଚିନ୍ମୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ଚିନ୍ମୟ କୁମାର ବେହେରା, ଚନ୍ଦ୍ର ଶେଖର ଗୌଡ, ରାମହରି ପଣ୍ଡା, ଲକ୍ଷ୍ମଣ ବେହେରା, ବସନ୍ତ ବେହେରା ପ୍ରମୁଖ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିର ରେ ନିଆରା ସଚେତନତା କାର୍ଯ୍ୟ ଦେଖିବାକୁ ମିଳିଥିଲା ବରଗଡ଼ ଅଂଚଳ ର ଦୁଇଜଣ ବରିଷ୍ଠ କଳାକାର ଙ୍କ ଦାସକାଠିଆ ମାଧ୍ୟମରେ ରକ୍ତଦାନ ଉପରେ ସଚେତନତା କରିବା ସହିତ ସେମାନେ ବି ରକ୍ତଦାନ କରିଥିଲେ, ଏହାସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ମୁଁ ଗର୍ବିତ ଯେ, ମୁଁ ରକ୍ତଦାତା ର ଏକ ସେଲଫି ପଏଣ୍ଟ ହୋଇଥିଲା, ଏଥିରେ ସମସ୍ତେ ଫୋଟ ଉଠାଇ ମଜା ନେଇଥିଲେ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ