ଛୁଟିରେ ଯିବେ ଅଭିନନ୍ଦନ

ନୂଆଦିଲ୍ଲୀ (ଏଜେନ୍ସି): ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ପଚରାଉଚରା ପ୍ରକ୍ରିୟା ସରିବା ପରେ ତାଙ୍କୁ ଅସୁସ୍ଥତା ଜନିତ ଛୁଟିରେ ଯିବା ପାଇଁ କୁହାଯାଇଛି । ସେ ବର୍ତ୍ତମାନ ଚିକିତ୍ସାଧୀନ ଥିବା ସ୍ୱତନ୍ତ୍ର ହସ୍ପିଟାଲର ଡାକ୍ତରମାନଙ୍କ ଉପଦେଶରେ ଦିଆଯାଇଥିବା ଏହି ଛୁଟି ଅବଧି ୩ ସପ୍ତାହ ଯାଏ ବଢ଼ାଯିବାର ଅଛି । ତାଙ୍କୁ ପଚରାଉଚରା କରାଯିବା ସମୟରେ ସେ ଶତ୍ରୁ କ୍ୟାମ୍ପ୍ରେ ବନ୍ଦୀ ଥିବା ସମୟର ଅନୁଭୂତି ବଖାଣିଛନ୍ତି । ସେ କହିଛନ୍ତି ସେଠାରେ ତାଙ୍କୁ ଭୟଙ୍କର ମାନସିକ ନିର୍ଯାତନା ଦିଆଯାଉଥିଲା । ଏହି ପାଇଲଟ୍ ପାକିସ୍ତାନରୁ ଫେରିବା ପରେ ନିଜର ଧୈର୍ଯ୍ୟ ଏବଂ ସାହସ ପାଇଁ ସମଗ୍ର ଦେଶର ହୃଦୟ ଜିତିସାରିଛନ୍ତି । ସେ ଉଡ଼ାଉଥିବା ମିଗ୍-୨୧ ବିମାନ ପାକିସ୍ତାନର ଯୁଦ୍ଧ ବିମାନକୁ ଆକ୍ରମଣ କରିବା ସମୟରେ ଏଲ୍ଓସି ସେପଟେ ଖସିପଡ଼ିବାରୁ ପାକିସ୍ତାନ ତାଙ୍କୁ ଧରିନେଇଥିଲା ଏବଂ ଜେନେଭା ଚୁକ୍ତି ଓ ଅନ୍ତର୍ଜାତୀୟ ରାଷ୍ଟ୍ରସମୂହଙ୍କ •ପରେ ତାଙ୍କୁ ଛାଡ଼ି ଦେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ