ଛେନାପଦି ବିଶ୍ୱତାରିଣୀ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଛେନାପଦିଛକ ସ୍ଥିତ ବିଶ୍ୱତାରିଣୀ ଡିଗ୍ରୀ ମହିଳା ମହାବିଦ୍ୟାଳୟରେ ୧୨ଦିନ ଧରି ଚାଲିଥିବା ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପହିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ମୁଖ୍ୟବକ୍ତା ଭାବେ ହାଟଡ଼ିହି କଲେଜର ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ସ୍ୱାଇଁ, ନୋଡାଲ ଅଫିସର ଅଭିରାମ ସାହୁ ପ୍ରମୁଖ ଯୋଗଦେଇ ଏହି ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଏକ ନୂଆ ବାର୍ତା ବହନ କରି ଛାତ୍ରୀମାନଙ୍କ ମଧ୍ୟରେ ରହିଥ‌ିବା ଲୁକ୍କାୟିତ ପ୍ରତିଭା ଓ ଦକ୍ଷଚାର ବିକାଶ ପ୍ରତିପାଦନ କରିବା ରେ ସାହାଯ୍ୟ କରିଛି ବୋଲି ମତବ୍ୟକ୍ତ କରିଥିଲେ। ବ୍ୟଙ୍ଗକବି ସୁବାସ ପାତ୍ର ମଞ୍ଚ ସଂଯୋଜନା କରିଥିଲେ । ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବିଭାଗ ରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡା, ସାଂସ୍କୃତିକ, ସାମାଜିକ ସେବା ଓ ସଚେତନତା, ସଡକ ସୁରକ୍ଷା ଆଦି କାର୍ଯ୍ୟକ୍ରମ କରାଯାଇଥିଲା । ଅଧ୍ୟାପକ ଭକ୍ତ ଶେଖର ସ୍ୱାଇଁ, ନିରଞ୍ଜନ ଜେନା, ବେଦମତୀ ନାୟକ, ଝରଣା ବରାଳ, ହିମାରାଣୀ ଓଝା, ସାଇ ଜ୍ୟୋତ୍ସନା ଦାସ, ପୂର୍ଣ୍ଣିମା ଦାସ, ମଧୁସୂଦନ ପାଢ଼ୀ, ସଂଯୁକ୍ତା ଲେଙ୍କା, ଦେବେନ୍ଦ୍ର ସା, ମଦନ ମୋହନ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ