ଛେନାପଦି-ହଦଗଡ ରାସ୍ତାରେ ୬ଇଞ୍ଚ ଓସାରର ଫାଟ : ଘଟୁଛି ଦୁର୍ଘଟଣା

ହାଟଡିହି, (ବିକାଶ ବିଶ୍ୱାଳ) :-ଛେନାପଦି-ହଦଗଡ ରାସ୍ତାର ବିଭିନ୍ନ ସ୍ଥାନରେ ୬ଇଞ୍ଚ ଓସାରର ଫାଟ ସୃଷ୍ଟି ହୋଇଥିବାରୁ ଅନେକ ସମୟରେ ଦୁର୍ଘଟଣା ମାନ ଘଟୁଥିବା ଦେଖିବାକୁ ମିଳିଛି । ଗତ ୩ ବର୍ଷ ପୁର୍ବେ ଛେନାପଦି ଛକ ରାସ୍ତାର କିଛି ଅଂଶକୁ କଂକ୍ରିଟ ରାସ୍ତା କରାଯାଇଥିଲା । କିନ୍ତୁ ଏବେ ସେହି କଂକ୍ରିଟ ରାସ୍ତାଟି ଉଭୟ ପଟକୁ ଦବି ଯିବାରୁ ରାସ୍ତା ମଝିରେ ୬ଇଞ୍ଚ ଓସାରର ଫାଟ ସୃଷ୍ଟି ହୋଇଛି । ଫାଟ ଗୁଡିକ ଦିନକୁ ଦିନ ବୃଦ୍ଧା ପାଉଥିବାରୁ ଏହା ଆଗାମି ଦିନରେ ଅଧିକ ବିପଦ ସୃଷ୍ଟି କରିବା ଆଶଙ୍କା ଦେଖା ଦେଇଛି । ଏହି ରାସ୍ତାଟି ଉପରେ ଦୈନିକ ହଜାର ହଜାର ଲୋକ ଚଳ ପ୍ରଚଳ କରୁଥିବାବେଳେ ଅଧିକାଶଂ ସମୟରେ ମୋଟର ସାଇକେଲ, ସାଇକେଲ ଆଦିର ଚକା ସେହି ଫାଟରେ ପସିଯାଉଥିବାରୁ ଦୁର୍ଘଟଣାମାନ ଘଟୁଛି । ପୁର୍ତ୍ତ ବିଭାଗର ଯନ୍ତ୍ରୀମାନେ ନିୟମିତ ଏହି ରାସ୍ତାରେ ଯାତାୟତ କରୁଥିଲେବି ସେମାନେ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି । ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏହି ଫାଟକୁ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ