ଜକରାପଲ୍ଲୀ ଗାଁ ରେ  ଗୋଷ୍ଠି ସଂଘର୍ଷ ମାମଲା ପୁଣି ଜଣେ ଗିରଫ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲି ଗ୍ରାମରେ ଗୋଷ୍ଠି ସଂଘର୍ଷ ମାମଲାରେ ପୋଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରିଛି।ଅଭିଯୁକ୍ତ ଜଣକ ହେଲେ ପିଣ୍ଟୁ ସାହୁ । ଗିରଫ ଅଭିଯୁକ୍ତଙ୍କୁ ଦିଗପହଣ୍ଡି କୋର୍ଟ ଚାଲାଣ କରାଯାଇଥିଲା।ସେଠାରେ ତାଙ୍କର ଜାମିନ ଆବେଦନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଦିଗପହଣ୍ଡି ସବଜେଲ୍ ହାଜତକୁ ପଠାଇ ଦିଆଯାଇଛି।ରବିବାର ବିଳମ୍ବିତ ରାତିରେ ସଂଘଟିତ ଗୋଷ୍ଠି ସଂଘର୍ଷ ବେଳେ ଅଭିଯୁକ୍ତ ପିଣ୍ଟୁ ସରପଞ୍ଚଙ୍କ ସମର୍ଥକ କୁହାଯାଉଥିବା ଶ୍ବେତ ବିଷୋୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ଯାଉଦ୍ଯମ କରିଥିବା ଅଭିଯୋଗ ହୋଇଥିଲା।ପ୍ରକାଶ ଥାଉକି, ଶ୍ବେତ ବିଷୋୟୀ ଗୁରୁତର ଆହତ ହୋଇ ବର୍ତ୍ତମାନ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଚିକିତ୍ସାଧୀନ ରହିଛନ୍ତି।ସୋମବାର ପୋଲିସ ଅପର ଗୋଷ୍ଠୀର ଭୀମସେନ ବିଷୋୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ