ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ
ନାଉଗାଁ,ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲାର ଲୋକସଭା ଓ ବିଧାନ ସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ୭ମ ଦିବସରେ ଜଗତସିଂହପୁରଲୋକସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କଂଗ୍ରେସରୁ ପ୍ରତିମା ମଲ୍ଲ୍ିକ ଓ ବିଜେପିର ପ୍ରାର୍ଥୀ ଭାବେ ବିଭୂ ପ୍ରସାଦ ତରାଇ ଜିଲ୍ଲାପାଳ-ତଥା-ରିଟର୍ଣ୍ଣି ଅଫିସର ଗୁହା ପୁନମ୍ ତାପସ କୁମାରଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ଚିରଞୀବ ବିଶ୍ୱାଳ, ବିଜେପିର ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ର ଏବଂ ୧୦୩ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କଂଗ୍ରେସର ପ୍ରାର୍ଥୀ ଭାବେ ଡଃ ଲଲାଟେନ୍ଦୁ ମହାପାତ୍ର,ବିଜେପିର ପ୍ରାର୍ଥୀ ଭାବେ ଡଃ.ଦାମୋଦର ରାଉତ,୍ରବିଜେଡିର ପ୍ରାର୍ଥୀ ଭାବେ ରଘୁନନ୍ଦନ ଦାସ,ସ୍ୱାଧୀନ ପ୍ରାର୍ଥୀ ଭାବେ ମାନସ ରଞନ କର,ଜଗତସିଂହପୁର ଉପଜିଲ୍ଲାପାଳ-ତଥା-ରିଟର୍ଣ୍ଣିଂ ଅଫିସର ମହେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କଂଗ୍ରେସ ପାର୍ଟିର ପ୍ରାର୍ଥୀ ଭାବେ ଅରିନ୍ଦମ୍ ସର୍ଖେଲ,ବିଜେପିର ସଂପଦ ଚନ୍ଦ୍ର ସ୍ୱାଇଁ ଓ ବିଜେଡିର ପ୍ରାର୍ଥୀ ଭାବେ ସମ୍ବିତ୍ ରାଉତରାୟ,ବହୁଜନ ସମାଜ ପାର୍ଟିର ଅଞନ ମଲ୍ଲିକ, ସ୍ୱାଧୀନ ପ୍ରାର୍ଥୀ ଭାବେ ବୀରେନ୍ଦ୍ର କୁମାର ସାହୁ ,ଅନାରକ୍ଷୀତ ସମାଜ ପାର୍ଟିର ବଳରାମ ମହାରଣା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜେଡି ପ୍ରାର୍ଥୀ ଭାବେ ବିଷ୍ଟୁ ଚରଣ ଦାସ, ବିଜେପି ପ୍ରାର୍ଥୀ ଭାବେ ରମାକାନ୍ତ ଭୋଇ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ-ତଥା-ରିଟର୍ଣ୍ଣିଂ ଅଫିସର ସଚ୍ଚିଦାନନ୍ଦ ସାହୁଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଛି । ଏହି ଅବସରରେ ସମସ୍ତ ପ୍ରାର୍ଥୀମାନେ ନିଜ ନିଜର ସମର୍ଥକ ମାନଙ୍କୁ ବିଶାଳ ଶୋଭାଯାତ୍ରାରେ ଆଣି ଉକ୍ତ କାର୍ଯ୍ୟାଳୟ ପହଁଚି ନାମାଙ୍କନ ପତ୍ର ଦାଖଲ କରିଥିଲେ ।ଏଥିରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଡଃ ଲଲାଟେନ୍ଦୁ ମହାପାତ୍ର କାକଟପୁର ମା ମଙ୍ଗଳାଙ୍କ ଦର୍ଶନ ସାରି ନାଗପୁରସ୍ଥିତ ଜାଗୁଳାଇ ପୀଠରେ ପହଁଚିଥିଲେ । ସେଠରେ ନିଜର ହଜାର ହଜାର ସମର୍ଥକ ପୁଷ୍ପଗୁଛ ଦେଇ ସ୍ୱାଗତ କରିବା ସହିତ ବିଶାଳ ଶୋଭା୍ଯାତ୍ରାରେ ବାହାରି ଜଗତସିଂହପୁର ସିପି ଛକରେ ପହଁଚିଥିଲେ । ସେଠାରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଚିରଂଜୀବ ବିଶ୍ୱାଳଙ୍କ ସହିତ ସିପି ଛକରୁ ହଜାର ହଜାର ସମର୍ଥକଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଁଚି ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି ବାଲିକୁଦା ଏରସମା ବିଜେଡି ବିଧାୟକ ପ୍ରାର୍ଥୀ ରଘୁ ନଦ ଦାସ ତାଙ୍କ ସମର୍ଥକ ମାନଙ୍କ ସାଥିରେ ଆଜି ବିଶାଳ ରାଲିରେ ଆସି ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।ବିଜେପି ବିଧାନସଭା ପ୍ରାର୍ଥୀ ବାଲିକୁଦା-ଏରସମାର ଦାମୋଦର ରାଉତ ମଧ୍ୟ ତାଙ୍କ ଏରସମା ନିର୍ବାଚନ ମଣ୍ଡଳୀର ସମର୍ଥନଙ୍କ ସହିତ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ ।