ହନୁମାନ ଜୟନ୍ତୀ ପାଳିତ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକ ବିଭିନ୍ନ ପଂଚାୟତ ରେ ଥିବା ହନୁମାନ ମନ୍ଦିର ସହିତ ବିଭିନ୍ନ ଦେବାଦେବୀ ଙ୍କ ପୀଠରେ ପବିତ୍ର ହନୁମାନ ଜୟନ୍ତୀ, ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣାସଂକ୍ରାନ୍ତି ମହାସମାରୋହ ରେ ପାଳନ କରାଯାଇଛି। ହନୁମାନ ମନ୍ଦିର ସମେତ ବିଭିନ୍ନ ଦେବୀ ପୀଠ ଶହ ଅସ୍ତରଙ୍ଗ ଅଂଚଳ ଜଗତଜନନୀ ମା ତାରିଣୀଙ୍କ ପୀଠରେ ସ୍ୱତନ୍ତ୍ର ଉତ୍ସବ ସାଙ୍ଗକୁ ରୀତିନୀତି ଅନୁସାରେ ପୂଜାପାଠ କରାଯାଇଛି। ଏହି ଅବସରରେ ହନୁମାନ ମନ୍ଦିର ନିକଟରେ ପୂଜକ ରୀତିନୀତି ଅନୁଯାୟୀ ପୂଜା ପାଠ ଶହ ହୋମଯଂଜ୍ଞ, ହନୁମାନ ଚାଳିଶା ପାଠ କରିଥିଲେ। ଭକ୍ତ ମାନେ ବିଭିନ୍ନ ମନ୍ଦିର ବୁଲିବା ଶହ ମନ୍ଦିର କମିଟି ତରଫରୁପାଚିଲା କଦଳୀ, ବେଲ, ଗୁଡ଼, ଚିନି, ଛେନା, ଆମ୍ବ, ନଡ଼ିଆ ଦହି ବିଭିନ୍ନ ପ୍ରକାର ପାଚିଲା ଫଳ ମିଶାଇ ସୁସ୍ୱାଦୁ ପଣା ପ୍ରସ୍ତୁତ କରି ରୀତିନୀତି ଅନୁଯାଇ ପୂଜା କରିବା ପରେ ଆସିଥିବା ଭକ୍ତ ମାନଙ୍କୁ ବଣ୍ଟନ କରିଥିଲେ। ପବିତ୍ର ଓଡ଼ିଆ ନବବର୍ଷ ଓଡ଼ିଆ ପଞ୍ଜିକା ପୂଜକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ପ୍ରତ୍ୟେକ ଓଡ଼ିଆ ଘରମାନଙ୍କ ରେ ଦାଣ୍ଡ ଅଗଣାରେ ରଙ୍ଗବେରଙ୍ଗ ମୁରୁଜରେ ଝୋଟି ଆଙ୍କି ନୂତନବର୍ଷକୁ ସ୍ବାଗତକରିଥିଲେ। ଅସ୍ତରଙ୍ଗ ବ୍ଲକର ଅସ୍ତରଙ୍ଗ ଭଗବତୀ ପୀଠ, ତାରିଣୀ ମନ୍ଦିର, ନଗର ହନୁମାନ ମନ୍ଦିର, ନଈଗୁଆଁ ହନୁମାନ ମନ୍ଦିର, ସମେତ ବିଭିନ୍ନ ମନ୍ଦିର ରେ ଧୁମଧାମ ରେ ପୂଜାର୍ଚନା ହୋଇଥିଲା। ଓଡ଼ିଆ ପରମ୍ପରା ରେ ଏହି ଦିନକୁ ପ୍ରତିଟି ଓଡ଼ିଆ ପାଳନ କରିଥାଏ। ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧି ଦିଆଯାଏ। ମାଠିଆରେ ଥିବା ଛୋଟ ରନ୍ଧ୍ର ଦେଇ ଧୀରେ ଧୀରେ ପାଣି ଝରେ ଯାହା ବର୍ଷା କୁ ସୂଚାଇଥାଏ, ଏହି ଠେକି କୁ ବସୁନ୍ଧରା ଠେକି କୁହାଯାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ