ଜଗନ୍ନାଥ ନଗର ବରିଷ୍ଠ ନାଗରିକ କ୍ଲବରେ ଇଂରାଜୀ ନୂତନ ବର୍ଷ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜଗନ୍ନାଥ ନଗରର ସ୍ଥାନୀୟ ବରିଷ୍ଠ ନାଗରିକ କ୍ଲବରେ ଇଂରାଜୀ ନୂତନ ବର୍ଷ ପାଳିତ ହୋଇଯାଇଛି । ଜଗନ୍ନାଥ ନଗର ସହ ଆଖପାଖ ମଳୟ ବିହାର, ଭାଗବତ ସନ୍ଧାନର ପ୍ରାୟ ୪୦ଜଣ ବରିଷ୍ଠ ନାଗରିକ ଏଥିରେ ଯୋଗ ଦେଇଥିଳେ । କ୍ଲବର ସଭାପତି ଶ୍ରୀ ନରେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ସଭା ପରିଚାଳନା ହୋଇଥିଲା । ପରେ ସମସ୍ତଙ୍କ ମନେରଞ୍ଜନ ପାଇଁ କ୍ଲବର ସଭ୍ୟ ଶ୍ରୀ ଗୋଲେଖ ଚନ୍ଦ୍ର ରାଉତ ଓ ଶ୍ରୀ ବାଳକୃଷ୍ଣ କର ସଙ୍ଗୀତ ପରିବେଷଣ କରିଥିଲେ । ଶେଷରେ ଚା ଜଳଖିଆ ଖାଇସାରି ସଭା ସାଙ୍ଗ ହୋଇଥିଲା ।ପ୍ରତ୍ୟେକ ସନ୍ଧ୍ୟା ସମୟରେ ଅନ୍ୟୁନ ଏକ ଘଣ୍ଟା ବରିଷ୍ଠ ନାଗରିକମାନେ ଏକାଠି ବସି ମନୋରଞ୍ଜନ ସହିତ ସମୟ ଅତିବାହିତ କରନ୍ତି । ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ବରିସଳଙ୍କ ପ୍ରଚେଷ୍ଟାରେ ଏକ କମ୍ୟୁନିଟି ହଲ୍ର ବ୍ୟବସ୍ଥା କରି ବରିଷ୍ଠ ନାଗରିକମାନଙ୍କୁ ତାହା ଯୋଗାଇ ଦେଇଥିବାରୁ ସମସ୍ତଙ୍କ ଲାଗି ସୁବିଧା ହୋଇପାରିଛି । ସେଥିପାଇଁ ସମସ୍ତ ବରିଷ୍ଠ ନାଗରିକ କର୍ପୋରେଟର ମହୋଦୟାଙ୍କୁ ଧନ୍ୟବାଦ ଦେଇଛନ୍ତି ।


