ଜଗନ୍ନାଥ ନିକେତନ ଆଶ୍ରମରେ ଜନ୍ମଦିନ ପାଳିଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ନିଜ ଜନ୍ମଦିନକୁ ଅନାଥ ଶିଶୁଙ୍କ ମେଳରେ ପାଳନ କରିଛନ୍ତି. ସେ ରାଜସୀତାପୁର ଠାରେ ଥିବା ଜଗନ୍ନାଥ ନିକେତନ ଆଶ୍ରମକୁ ଯାଇ ସେଠାରେ ଅନ୍ତେବାସୀଙ୍କ ଗହଣରେ ଜନ୍ମଦିନ କେକ କାଟିବା ସହ ପିଲାଙ୍କୁ ମିଠେଇ ବଣ୍ଟନ କରିଥିଲେ। ପରେ ଉକ୍ତ ଆଶ୍ରମ ପରିସରରେ ବୃକ୍ଷରୋପଣ କରିବା ସହ ସେଠାରେ ମହନ୍ତ ରାମାନନ୍ଦ ଦାଶତୀଙ୍କ ଆଶୀର୍ବାଦ ନେଇଥିଲେ। ଅନୁଷ୍ଠାନର ଉପଦେଷ୍ଟା ଅନାଦି ପାଣିଗ୍ରାହୀ, ହରିମୋହନ ପଟ୍ଟନାୟକ, ଅକ୍ଷୟ ପାଣିଗ୍ରାହୀ, ବିନୋହ ପ୍ରଧାନ, ଏମ୍. ବାଲରାଜୁଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଏଠାରେ ଉପସ୍ଥିତ ରହିଥିଲେ।