ଜଗନ୍ନାଥ ସାରକା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ ନିଯୁକ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାର ଯୋଜନା ବୋର୍ଡ଼ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି. ଏହି ତାଲିକା ଅନୁସାରେ ଆଦିବାସୀ କଲ୍ୟାଣୀ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଗଜପତି ଜିଲ୍ଲାର ଦାୟିତ୍ୱଭାର ଦିଆଯାଇଛି. ଗଜପତି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା. ମନ୍ତ୍ରୀ ନିଜେ ମଧ୍ୟ ଜଣେ ଆଦିବାସୀ ସଂପ୍ରଦାୟର. ଦଳିତ ଓ ଆଦିବାସୀଙ୍କ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆଗଭାର ହୋଇଛନ୍ତି. ଏହା ପୂର୍ଵରୁ ବି ସେ ଜିଲ୍ଲାର ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରହିଥିଲେ. ଏହି ଘୋଷଣା ହେବା ପରେ ସେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ କିଭଳି ଉପଯୁକ୍ତ ଯୋଜନା ପ୍ରସ୍ତୁତ ହୋଇପାରିବ ତାହା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି. ଜଗନ୍ନାଥଙ୍କୁ ଏହି ଦାୟିତ୍ୱ ମିଳିବା ପରେ ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ସ୍ୱାଗତ କରିବା ସହ ଧନ୍ୟଧାନ କରିଥିଲେ. ତେଣୁ ଆଦିବାସୀଙ୍କ ଦୁଃଖ ବୁଝି ସେ ସେମାନଙ୍କ ଉନ୍ନତି ପାଇଁ କାମ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି.


