ଜଙ୍ଗଲରୁ ନିଖୋଜ ବ୍ଯକ୍ତିଙ୍କ ମୃତ ଦେହ ଉଦ୍ଧାର ।

ପୋଲସରା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ପୋଲିସ ଥାନା ଅନ୍ତର୍ଗତ ମଥୁରା ଗ୍ରାମର ହାତୀବାରି ଜଙ୍ଗଲ ଭିତରୁ ଜଣେ ନିଖୋଜ ବ୍ୟକ୍ତିଙ୍କ ଝୁଲନ୍ତା ମର ଶରୀରକୁ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି। ସୁଚନା ମୁତାବକ ମଥୁରା ଗ୍ରାମର ହରି ରାଉତଙ୍କ ସ୍ତ୍ରୀ ପଦ୍ମ ରାଉତ ନିଜ ଘର ଝାଡୁ କରୁଥିବା ସମୟରେ ତଳେ ମୁଗ ପଡି ଯାଇଥିଲା। ଏନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାଟି ତୁଣ୍ତ ହୋଇଥିଲା । ପାଟିତୁଣ୍ତ ହେବା ପରେ ସ୍ବାମୀ ହରି ରାଉତ ଗତ ନଭେମ୍ବର ୬ ତାରିଖ ଦିନ ଠାରୁ କେଉଁ ଆଡେ ଚାଲି ଯାଇଥିଲେ। ଏନେଇ ପରିବାର ଲୋକେ ବହୁ ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ହରିଙ୍କୁ ପାଇନଥିଲେ । ପରିବାର ଲୋକେ ହରି ରାଉତ ନିଖୋଜ ଥିବା ନେଇ ପୋଲସରା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଏକ ମାସର ବ୍ୟବଧାନ ପରେ ନଭେମ୍ବର ୫ ତାରିଖ ଦିନ ଏକ ଆମ୍ବ ଗଛରେ ହରି ରାଉତଙ୍କ ଝୁଲନ୍ତା ମୃତ ଶରୀର ଦେଖିବାକୁ ମିଳିଥିଲା।ପୋଲସରା ପୋଲିସ ଖବର ପାଇ ହାତୀବାରି ଜଙ୍ଗଲରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ