ଜଜାଙ୍ଗ ଉଚ୍ଚ ପ୍ରାଥମିକ ସ୍କୁଲରେ ସୁରଭି ମହୋତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଜାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଧନକେନ୍ଦ୍ରର ସି.ଆର.ସି.ସି.ସ୍ନେହଲତା ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏଥିରେ ୧୫ଟି ବିଦ୍ୟାଳୟ ଅଂଶଗ୍ରହଣ କରି ବିଭିନ୍ନ କାର୍ଯୟକ୍ରମ ପରିବେଷଣ କରିଥିଲେ । ଗୁଲନଗର ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକ ମାନଭଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରିଣୀ କୁମୁଦିନି ଦେଇ, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ମଣ୍ଡଳଶିକ୍ଷା ଅଧିକାରୀ କାଶୀନାଥ ରାଉତରାୟ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସାହାସ,ଧର୍ଯ୍ୟ ଓ ପରିଶ୍ରମ କରି ଜଣେ ଜଣେ ଭଲ ମଣିଷ ହୋଇ ଦେଶ ଗଠନରେ ଆଗେଇ ଯିବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ନିଜର ପ୍ରତିଭାକୁ ବିକଶିତ କରିବାକୁ ପରାମର୍ଶ ଦେଇଥିଲେ । ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଂଗୀତ ଓ ନୃତ୍ୟ ପ୍ରତିଯୋଗୀତାର ବିଚାରପତି ଭାବେ ଗୁଲନଗର ନୋଡାଲ ୟୁ.ପି. ସ୍କୁଲର କଳା ଶିକ୍ଷୟିତ୍ରୀ ସଶ୍ମିତା ରାଉତ ଯୋଗଦେଇଥିଲେ । ଶେଷରେ ଜଜାଙ୍ଗ ୟୁପିସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ