ଜନକଲ୍ୟାଣ ପ୍ରତିଷ୍ଠାନର ଲାଞ୍ଜିଆ ସଉରାଙ୍କ ଉନ୍ନତି ପାଇଁ ଉଲ୍ଲେଖନୀୟ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଠାରେ ଥିବା ଜନକଲ୍ୟାଣ ପ୍ରତିଷ୍ଠାନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲାଞ୍ଜିଆ ସଉରାଙ୍କ ଜୀବିକା କ୍ଷେତ୍ରରେ ବିକାଶ କରିବା ପାଇଁ ଗତ ୨୦୧୭ ଜୁଲାଇ ଠାରୁ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛି । ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ତିନୋଟି ପଞ୍ଚାୟତ ଯଥା ଭୁବନୀ, ଅଜୟଗଡ, କୁଜାସିଂ ସେରଙ୍ଗ ସ୍ଥିତ ଓପିଇଏଲ୍‌ଆଇପି, ଭୁବନେଶ୍ୱରର ପିଏମ୍‌ୟୁ ସହିତ ଅନୁବନ୍ଧିତରେ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ସହିତ ସହଯୋଗରେ କାମ କରି ଆସୁଛି । ଏହି କାର୍ଯ୍ୟ କ୍ରମରେ ପ୍ରାଥମିକ ଭାବେ ୩୨ଗୋଟି ରାଜସ୍ୱ ଗ୍ରାମରେ ୩୨ ଗ୍ରାମ ଉନ୍ନୟନ କମିଟି ଗଠନ କରି ପ୍ରତ୍ସାହିତ କରାଯାଉଛି । ଏହି ଅଞ୍ଚଳରେ ମୋଟ ୨୭୭ ଟି ସ୍ୱୟଂ ସହାୟକ ଦଳ ଗଠନ କରାଯାଇ ପ୍ରତ୍ସାହିତ କରାଯାଉଛି । ଓପିଇଏଲ୍‌ଆଇପି ପ୍ରକଳ୍ପ ଅଧୀନରେ ଥିବା ପ୍ରତ୍ୟେକ କାର୍ଯ୍ୟକ୍ରମ ଭିଡିସି ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି । କୃଷି ଉତ୍ପାଦନ ଫଳ ଓ ପନିପରିବା ଚାଷ, ଜଳ ଓ ଜମିର ଉନ୍ନତିକରଣ, ଗୋ-ସମ୍ପଦ ବିକାଶ, ଗ୍ରାମ୍ୟ ଭିତ୍ତିଭୂମି ବିକାଶ, କ୍ଷୁଦ୍ର ପ୍ରକ୍ରିୟା କରଣ ୟୁନିଟ ଆଦି କାର୍ଯ୍ୟକ୍ର ଗ୍ରାମ୍ୟ ଉନ୍ନୟନ କମିଟି ଦ୍ୱାରା କାର୍ଯ୍ୟକାରୀ କରାଯାଉଅଛି । ଏହାଛଡା ମନେରୋଗା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାସ୍କ ୭୦ ଲକ୍ଷ ରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ମଜୁରୀ ସୃଷ୍ଟି କରାଯାଇ ପାରୁଛି । ଯେଉଁ ଝିଅ ମାନେ ୧୮ ବର୍ଷ ବୟସରୁ ଉର୍ଦ୍ଧ ବୟସରେ ବିବାହ କରୁଛନ୍ତି ସେମାନଙ୍କୁ ପ୍ରତ୍ସାହନ ରାଶି ବାବଦକୁ ୧୦ହଜାର ଟଙ୍କା ଲେଖାଏଁ ଅନୁଦାନ ଦିଆଯାଉଛି । ଏହା ସହ ଜନକଲ୍ୟାଣ ପ୍ରତିଷ୍ଠାନ ସିଆଇଏଫଏ ସହଯୋଗରେ ଏସ୍‌ଏଚ୍‌ଜି ଗୁଡିକୁ ମାଛ ଯାଁଅଳ, ଜାଲ, ବତକ ଛୁଆ, କୁକୁଡା ଛୁଆ,ସୌରଲଣ୍ଠନ ଆଦି ଦିଆଯାଉଛି । ଆଳୁ ଗବେଷଣା କେନ୍ଦ୍ର ତରଫରୁ ଜନକଲ୍ୟାଣ ପ୍ରତିଷ୍ଠାନ ସହଯୋଗରେ ଚାଷୀ ମାନଙ୍କୁ କନ୍ଦମୂଳ ଚାଷ ପାଇଁ ପ୍ରତ୍ସାହନ ଯୋଗାଇ ଦେଉଛି । ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆନ୍ତର୍ଜାତିୟ କୃଷି ଗବେଷଣା ସଂସ୍ଥା ଆଇସିଆର୍‌ଆଇଏସ୍‌ଏଟି ଏବଂ ଆଇଆର୍‌ଆର୍‌ଆଇ ସହଯୋଗରେ ଏହି ଅଞ୍ଚଳରେ ଚାଷୀ ମାନଙ୍କୁ ବିହନ ଆଦି ଯୋଗାଇଦେଇଛି । ଜଳ ଓ ଜମି ପରିଚାଳନା ଯଥା କେନାଲ, ଚେକଡେମ, ପୋଖରୀ, ଜମି ସମସତଳ କରିବା ଓ ହୁଡା ତିଆରି କରିବା ଏବଂ କୃଷି ଉତ୍ପାଦନରେ ଧାନ, ମାଣ୍ଡିଆ, ମୁଗ, ବିରି ପନିପରିବା ଚାଷ, ଆୟପନ୍ଥାରେ ଛେଳି, କୁକୁଡା ପାଳନ, କ୍ଷୁଦ୍ର ବ୍ୟବସାୟ, କ୍ଷୁଦ୍ର ପ୍ରକ୍ରିୟାକରଣରେ ଧାନ କଳ, ଚୂନା କଳ, ଡାଲି କଳ, ପେପର ପ୍ଲେଟ କଳ ଆଦି ମୁଖ୍ୟ କାର୍ଯ୍ୟକ୍ରମ ଅଟେ ଏବଂ ପୁଷ୍ଠିସାଧନ ଏବଂ ସ୍ୱାସ୍ଥ୍ୟରକ୍ଷା ଦିଗରେ ଜୀବନ ସମ୍ପର୍କ, ୟୁନିସେଫ ସହାୟତାରେ କାର୍ଯ୍ୟକାରୀ କରାଯାଉଛି ବୋଲି ଜନକଲ୍ୟାଣ ପ୍ରତିଷ୍ଠାନର ସମ୍ପାଦକ ଦୁର୍ଗାମାଧବ ପଣ୍ଡା ଏକ ପ୍ରେସମିଟ୍‌ରେ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓପିଲିପି ଟିମ୍ ଅଧ୍ୟକ୍ଷ ବିଉଟି କୁମାରୀ ଲିମା, ଓପିଲିପିର କୃଷି ଅଧିକାରୀ ଅପର୍ଣ୍ଣ ପଣ୍ଡା, ଓପିଲିପିର ଏଲ୍‌ଆଇ ମାନସ ବିଶ୍ୱାସରାୟ,ଜିଏସ୍ ସଂଯୋଜକ ଅକ୍ଷୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ