ଜନଶୁଣାଣୀରେ ୧୭୧ ଅଭିଯୋଗ ପଂଜିକୃତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ଜ୍ୟୋତି ଫେଡେରେସନର ସମ୍ମିଳନୀ କକ୍ଷରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନାଉଗାଁ ବ୍ଲକ ପ୍ରଶାସନର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଚିନ୍ମୟୀ ବିଶ୍ୱାଳ ଉପସ୍ଥିତ ରହି ଜନସାଧାରଣଙ୍କର ବିଭିନ୍ନ ଆପତି ଅଭିଯୋଗ ଶୁଣାଣି କରିଥିଲେ । ଶିବିରରେ ସମୁଦାୟ ୧୭୧ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ଗ୍ରାମ୍ୟ ଓ ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ ୯ଟି ଓ ବ୍ୟକ୍ତିଗତ ସମସ୍ୟା ସଂପର୍କୀୟ ୧୬୨ଟି ଅଭିଯୋଗର ଶୁଣାଣି ହୋଇଥିଲା । ବ୍ୟକ୍ତିଗତ ସମସ୍ୟା ମଧ୍ୟରେ ଆବାସ ଯୋଜନା ନିମନ୍ତେ ୮୮ଟି, ଜମିଜମା ସମସ୍ୟା ୬ଟି, ଭତା ପାଇଁ ୧୫ଟି, ସାଧାରଣ ବଂଟନ ସଂପର୍କୀୟ ୭ଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୧ଟି, ରେଡକ୍ରସ ପାଣ୍ଠିରୁ ସହାୟତା ନିମନ୍ତେ ୨ଟି, ପୋଲିସ ସହାୟତା ନିମନ୍ତେ ୧ଟି ଓ ଅନ୍ୟାନ୍ୟ ୪୧ଟି ଅଭିଯୋଗର ଶୁଣାଣି ହୋଇଥିଲା । ଏଥିମଧ୍ୟରୁ ଗୋଟିଏ ଅଭିଯୋଗ ତତ୍କାଳ ଫଏସଲା ହୋଇଥିବା ବେଳେ ଅନ୍ୟ ଅଭିଯୋଗ ଗୁଡିକ ସମାଧାନ କରାଯିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି । ଅଭିଯୋଗ ମଧ୍ୟରେ ବାଂଶ ପଂଚାୟତର ସିତୁରା ଗ୍ରାମର ବଂଶୀଧର କାଣ୍ଡି ନିର୍ମାଣ ଶ୍ରମିକ ହୋଇଥିବା ବେଳେ ଝିଅ ବାହାଘରର ଆର୍ôଥକ ସହାୟତା ପାଇବା ପାଇଁ ୨୧ମାସ ହେବ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ସହାୟତା ମିଳି ନଥିବା ଅଭିଯୋଗ କରିଥିଲେ । ସେହିପରି ନାଉଗାଁ ଜନସ୍ୱାର୍ଥ ସୁରକ୍ଷା କମିଟି ପକ୍ଷରୁ ବଂଶୀଧର ବେହେରା ଓ ସୁବାସ ସ୍ୱାଇଁ ନାଉଗାଁ ବ୍ଳକ କାର୍ଯ୍ୟାଳୟ ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବା, ଜାମୁଗାଁ ପଂଚାୟତର ନନ୍ଦିଗ୍ରାମର ଜୟଦେବ ପାଢୀ,ବାମଦେବ ପାଢୀ, ସୁବାସ ପରିଡା, ରୁଦ୍ରପ୍ରସାଦ ପରିଡା ଆଦି ଚଳିତ ବର୍ଷ ଧାନ ଚାଷ କରିଥିବା ବେଳେ ପାଣିରେ ଧାନ ଫସଲ ବୁଡି ନଷ୍ଟ ହୋଇଯିବା ସହିତ କ୍ଷୟକ୍ଷତି ଆକଳନ କରି କ୍ଷତି ପୁରଣ ପ୍ରଦାନ, ଡେରିକିସ୍ଥିତ ବିଦ୍ୟୁତ ଷ୍ଟ୍ରକଚରର ନରଣପୁର ଫିଡରକୁ କାର୍ଯ୍ୟକ୍ଷମ କରାଯିବା ପାଇଁ ଯଶୋବନ୍ତ ଲେଙ୍କା ଅଭିଯୋଗ କରିଥିଲେ । ଏହି ଶିବିରରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମେଶ କୁମାର ପଣ୍ଡା, ବିଡିଓ ରଶ୍ମୀରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନା, ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଣଙ୍କ ସହିତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ଓ କ୍ଷେତ୍ର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଜିଲ୍ଲା ଅଭିଯୋଗ ଅଧିକାରୀ ବିଜୟାଲକ୍ଷ୍ମୀ ନାୟକ ଶିବିର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ