ଜନ୍ସନ୍ ଆଣ୍ଡ୍ ଜନ୍ସନ୍ ସାମ୍ପୋରେ ଫର୍ମାଲଡିହାଇଡ୍ ନାହିଁ: ସେଣ୍ଟ୍ରାଲ୍ ଡ୍ରଗ୍ ଲ୍ୟାବ୍

ନୂଆଦିଲ୍ଲୀ, (ଏଜେନ୍ସି): ବିଶିଷ୍ଟ ପରୀକ୍ଷା ଲାବ୍ରୋଟୋରି ସେଣ୍ଟ୍ରାଲ୍ ଡ୍ରଗ୍ ଲ୍ୟାବ୍ ପକ୍ଷରୁ କରାଯାଇଥିବା ପୁନଃ ପରୀକ୍ଷଣରୁ ଜନ୍ସନ୍ ଆଣ୍ଡ୍ ଜନ୍ସନ୍ର ଲୋକପ୍ରିୟ ଶିଶୁ ସାମ୍ପୁରେ ରାସାୟନିକ ଫର୍ମାଲଡିହାଇଡ୍ ନଥିବା ପ୍ରମାଣ ମିଳିଛି । ଏହି ତଥ୍ୟ ସେଣ୍ଟ୍ରାଲ୍ ଡ୍ରଗ୍ ଲ୍ୟାବ୍ ପକ୍ଷରୁ ପ୍ରକାଶ କରାଯାଇଛି । ରାଜସ୍ଥାନ ଡ୍ରଗ୍ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ଆର୍ଡିସିଓ) ପକ୍ଷରୁ କରାଯାଇଥିବା ଏକ ପରୀକ୍ଷଣରେ ଏହି ସାମ୍ପୋରେ ଫର୍ମାଲ୍ଡିହାଇଡ୍ ଥିବା ଦାବି କରାଯିବା ପରେ ତାହାକୁ କମ୍ପାନୀ ତରଫରୁ ଚ୍ୟାଲେଞ୍ଜ କରାଯାଇଥିଲା । ଏହା ପରେ କୋଲକାତାରେ ସ୍ଥିତ ସେଣ୍ଟ୍ରାଲ୍ ଡ୍ରଗ୍ ଲାବ୍ରୋଟୋରିରେ ଜେଆଣ୍ଡ୍ଜେ ବେବି ସାମ୍ପୋର ଦୁଇ ଭିନ୍ନ ନମୁନାର ପରୀକ୍ଷଣ କରାଯାଇଥିଲା । ସେଣ୍ଟ୍ରାଲ୍ ଡ୍ରଗ୍ ଲାବ୍ରୋଟୋରି ତରଫରୁ କରାଯାଇଥିବା ପରୀକ୍ଷଣର ରିପୋର୍ଟକୁ ଆର୍ଡିସିଓ ଏହାର ୱେବ୍ସାଇଟ୍ରେ ପୋଷ୍ଟ୍ କରିଛି, ଯେଉଁଥିରେ ଉଭୟ ପରୀକ୍ଷାରେ “ନମୁନାରେ କୌଣସି ଫର୍ମାଲଡିହାଇଡ୍ ନଥିବା ଉଲ୍ଲେଖ ରହିଛି । ଏ ସମ୍ପର୍କରେ ଜନ୍ସନ୍ ଆଣ୍ଡ୍ ଜନ୍ସନ୍ର ପ୍ରବକ୍ତା କହିଛନ୍ତି ଯେ ରାଜସ୍ଥାନ ଏଫ୍ଡିଏର ଫଳାଫଳକୁ ନେଇ ଆମେ ସନ୍ତୁଷ୍ଟ । ଯାହାକି ଜନ୍ସନ୍ର ବେବି ସାମ୍ପୋରେ ଫର୍ମାଲ୍ଡିହାଇଡ୍ ନଥିବା ପ୍ରକାଶ କରିଛି । ଏହି ପରୀକ୍ଷା କମ୍ପାନୀର ନିଜସ୍ୱ ପରୀକ୍ଷଣ ବ୍ୟବସ୍ଥା ଏବଂ ଦୀର୍ଘସ୍ଥାୟୀ ପ୍ରତିଶ୍ରୁତିକୁ ପୁନଃ ଉପସ୍ଥାପିତ କରିଛି । ଏହା ପୂର୍ବରୁ ମଧ୍ୟ କମ୍ପାନୀର ବେବି ସାମ୍ପୋରେ କୌଣସି ପ୍ରକାରର ଫର୍ମାଲଡିହାଇଡ୍ ନଥିବା ଜଣାପଡ଼ିଛି । ଗୁରୁତ୍ୱପୂର୍ଣ୍ଣ ହେଉଛି ଏହା ଏକ ଆପିଲିଟ ଲାବ୍ରୋଟୋରିର ନିଷ୍ପତି ଯାହା ଏକ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ନିର୍ଦେଶରେ ପରୀକ୍ଷଣ କରାଯାଇଥିଲା । କମ୍ପାନୀ ପକ୍ଷରୁ ଲୋକମାନଙ୍କ ସୁରକ୍ଷା ଠାରୁ ଆଉ ବଡ଼ କିଛି ଜନ୍ସନ୍ ଆଣ୍ଡ୍ ଜନ୍ସନ୍ ପାଇଁ ନାହିଁ ବୋଲି କୁହାଯାଇଛି । ଏହା କଠୋର ଗୁୂଣାତ୍ମକ ମାନ ପରୀକ୍ଷା ନିୟମକୁ ଗ୍ରହଣ କରିଛି । ପ୍ରତିଟି ଦେଶରେ ବିକ୍ରି ହେଉଥିବା ଉତ୍ପାଦକୁ ସେହି କଠୋର ମାନ ପରୀକ୍ଷା ଦେଇ ଗତି କରିବାକୁ ପଡ଼େ । ଚଳିତ ଜୁନ୍ରେ ରାଜସ୍ଥାନ ଡ୍ରଗ୍ କଣ୍ଟ୍ରୋଲ ଅଫିସର୍ ଜଣାଇଥିଲେ ଯେ ଜନ୍ସନ୍ ଆଣ୍ଡ୍ ଜନ୍ସନ୍ର ୧୦୦ ଏମ୍ଏଲ୍ ଓ ୫୦ ଏମ୍ଏଲ୍ ପ୍ୟାକ୍ରେ ଫର୍ମାଲ୍ଡିହାଇଡ୍ ନାହିଁ । ୨୦୧୯ ମାର୍ଚ ୫ରେ ରାଜସ୍ଥାନ ଡ୍ରଗସ୍ କଣ୍ଟ୍ରୋଲ୍ ସଂଗଠନ ଜେଆଣ୍ଡଜେ ବେବି ସାମ୍ପୋର ଦୁଇଟି ନମୁନାକୁ ପରୀକ୍ଷଣ କରିବା ପରେ ସେଥିରେ ଫର୍ମାଲ୍ଡିହାଇଡ୍ ଥିବା ପ୍ରକାଶ କରିଥିଲା । ତେବେ ଏହାକୁ କମ୍ପାନୀ ପକ୍ଷରୁ ଦୃଢ଼ ଭାବେ ଖଣ୍ଡନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ