ଜନ ଗଣନାରେ ନିଯୁକ୍ତ ଶିକ୍ଷୟିତ୍ରୀ ବିଷାକ୍ତ ଜନ୍ତୁ କାମୁଡାରେ ଗୁରୁତର

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବର୍ତ୍ତମଙ୍କନଗଣନା ୨୦୨୭ ପାଇଁ ଗୃହ ଗଣନା ଚାଲିଥିବା ବେଳେ ଆଜି ଗୃହ ଗଣନା ସମୟରେ ଏକ ଅଭାନୀୟ ଘଟଣା ଘଟିଯାଇଛି I ସୂଚନା ପ୍ରକାରେ ଆଜି ମୁନିଗାଡି ଉଚ୍ଛବେଶ୍ୱର ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ମଧୁସ୍ମିତା କହଁର ମୁନିଗାଡି ଗ୍ରାମରେ ଗୃହ ନମ୍ୱର୍ ଲେଖୁଥିବା ବେଳେ ତାଙ୍କୁ ହଠାତ୍ ଏକ ବିଷାକ୍ତ ଜନ୍ତୁ କାମୁଡି ଦେଇଥିଲା I ତାଙ୍କୁ ସଙ୍ଗେ ସଙ୍ଗେ ଗୋବରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା I ପରେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚକିତ୍ସାଳୟରେ ଭର୍ତ୍ତି କରାଯାଇଛି I ଖବର ପାଇ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଭଞ୍ଜନଗର ମେଡ଼ିକାଲ କୁ ଯାଇ ମଧୁସ୍ମିତା ଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି I ବର୍ତ୍ତମାନ ମଧୁସ୍ମିତା ଙ୍କ ସ୍ବାସ୍ଥ୍ୟ ଉପରେ ଡାକ୍ତରୀ ଟିମ୍ ତୀକ୍ଷ୍ଣ ନଜର ରଖିଥିବା ବେଳେ ଆବଶ୍ୟକ ସ୍ଥଳେ ତାଙ୍କର ଉନ୍ନତ ମାନର ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର କିମ୍ବା କଟକ ପଠାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ