ବଟ ଓ ଅଶ୍ଵସ୍ତ ବୃକ୍ଷ ମଧ୍ୟରେ ବିବାହ ସମ୍ପନ୍ନ
ନିମାପଡ଼ା, (ସନ୍ତୋଷ କୁମାର ଦାଶ): ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ନିକଟସ୍ଥ ତୁଳସୀପୁର ପଂଚାୟତ ଭଇଁଚି ଗୋରଡି ଗ୍ରାମରେ ଏକ ବଟ ବୃକ୍ଷ ସହ ଅଶ୍ଵସ୍ତ ବୃକ୍ଷ ର ବିବାହ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୁ ପ୍ରଥା ଅନୁଯାଇ ପୁଅ ଝିଅଙ୍କ ବିବାହ ଭଳି ବଟବୃକ୍ଷ ସହିତ ଅଶ୍ବସ୍ତ ବୃକ୍ଷ ବିବାହ ଦେଖିବାକୁ ମିଳିଥିଲା। ପୂଜକ ଭାବେ ଅକ୍ଷୟ ମିଶ୍ର, ସନ୍ତୋଷ ମିଶ୍ର, ଜନ୍ମେଜୟ ମିଶ୍ର,ନୃସିଂହ ମିଶ୍ର ଓ ପ୍ରମୋଦ ମିଶ୍ର ପ୍ରମୁଖ ଯଥା ରୀତି ନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଭରତ ବାରିକ, ସୁକାନ୍ତି ବାରିକ,ଗଙ୍ଗାଧର ସାହୁ ତପସ୍ବନୀ ସାହୁଙ୍କ ବିବାହ କାର୍ଯ୍ୟରେ ଯୋଗଦେଇଥିଲେ । ଦୀର୍ଘ ୧୮ବର୍ଷ ତଳେ ଏହି ଦୁଇ ବୃକ୍ଷ କୁ ଗ୍ରାମର ମାଧବ ସାହୁ ରୋପଣ କରିଥିଲେ । ଏହି ବିବାହ ଉତ୍ସବରେ ରାଜକିଶୋର ସାହୁ, ବିଶ୍ବନାଥ ସାହୁ, ଚିତ୍ତରଜଂନ ବାରିକ, ଅନିଲ ନାୟକ,ଚିନ୍ମୟ ଗୁରୁ,ଅଶୋକ ସାହୁ,ଦିଲ୍ଲୀପ ଦାସ ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଭୋଜି ର ବ୍ୟବସ୍ଥା କରାଯାଇଥିଲା ।


