ବିଞ୍ଚଣାରେ ଅକ୍ଷି ମୁଠି ଅନୁକୂଳ
ଗାଙ୍ଗପୁର, (ସନ୍ତୋଷ କୁମାର ବିଷୋଇ):ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବେଲଗୁଣ୍ଠା ବ୍ଳକ୍ ବିଞ୍ଚଣା ଠାରେ କରାଗାଡ଼ିଆ କୃଷକ ବାହିନୀ ଆନୁକୁଲ୍ୟରେ ଅକ୍ଷି ମୁଠି ଅନୁକୂଳ କରାଯାଇଛି I ଏହି ଅବସରରେ ଗିନି ମୃଦଙ୍ଗ ଭଳି ପାରମ୍ପରିକ ବାଦ୍ୟ ବାଜଣା ପଟୁଆର ମଧ୍ୟରେ ଅକ୍ଷି ମୁଠି ଅନୁକୂଳ କରାଯାଇଥିବା ବେଳେ ହୁଳହୁଳି ଏବଂ ହଳିଆ ଗୀତରେ ଅଞ୍ଚଳରେ ଏକ ନିଆରା ବାତାବରଣ ସୃଷ୍ଟି ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୃଷକ ବାହିନୀ ସଭାପତି ଶିଶିର କାନ୍ତ ନାୟକ, ଶିକ୍ଷାବିତ୍ ଶିବରାମ ପାଢ଼ୀ ,କ୍ଷେତ୍ରୀୟବରପୁର ସେବା ସମବାୟ ସମିତି ସଭାପତି ଲକ୍ଷ୍ମଣ ପଣ୍ଡା ଏବଂ ପୂର୍ବତନ ବେଣୀପଲ୍ଲୀ ସମିତି ସଭ୍ୟ ରାମଚନ୍ଦ୍ର ବିଶ୍ୱାଳଙ୍କ ସମେତ ଗ୍ରାମ ଭଦ୍ରବ୍ୟକ୍ତି ସୁରେନ୍ଦ୍ର ପ୍ରଧାନ, ତ୍ରିନାଥ ନାୟକ, କୃଷ୍ଣ ପ୍ରଧାନ,ଭଗବାନ ପ୍ରଧାନ,ସନ୍ନ୍ୟାସୀ ନାୟକ, କାଳୁ ଚରଣ ନାୟକ,ପ୍ରଫୁଲ୍ଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


