ଜିଆଇଇଟି ବିଶ୍ଵବିଦ୍ୟାଳୟରେ ଅକ୍ଷୟ ତୃତୀୟା

ଗୁଣୁପୁର,(ୱାଇଏନଏସ): ଜିଆଇଇଟି ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା କୃଷି ମହାବିଦ୍ୟାଳୟର କୃଷି ପ୍ରଦର୍ଶନ କ୍ଷେତ୍ରରେ କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟା ପାଳନ କରାଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ କୃଷି ମହାବିଦ୍ୟାଳୟ ର ସହକାରୀ ଅଧ୍ୟକ୍ଷ ଅଶୋକ କୁମାର ମିଶ୍ର ମାତା ଲକ୍ଷ୍ମୀଙ୍କୁ ପୂଜା ମାଧ୍ୟମ ରେ ଆବାହନ କରିଥିଲେ। ତାପରେ ବିହନ ବୁଣିବା କାର୍ଯ୍ୟର ଅନୁକୂଳ କରାଯାଇଥିଲା। ଏହି ପବିତ୍ର ଅବସର ରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଶେଷ ବର୍ଷର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। ଅକ୍ଷୟ ତୃତୀୟାର ମହତ୍ତ୍ଵ କୃଷି ସହ କିପରି ଜଡ଼ିତ ସେ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଗଲା। ଆଗାମୀ ମୌସୁମୀ ଋତୁରେ ଭଲ ଅମଳ ପାଇଁ ମାତା ଲକ୍ଷ୍ମୀଙ୍କୁ କୃଷକ ଭାଇମାନେ ପୂଜା କରି ମୁଠି ଅନୁକୂଳ କରିଥାନ୍ତି। ଜି ଆ ଇ ଟି ବିଶ୍ଵବିଦ୍ୟାଳୟ ର ସଭାପତି ଡଃ ସତ୍ୟପ୍ରକାଶ ପଣ୍ଡା, ଉପ -ସଭାପତି ଡଃ ଚନ୍ଦ୍ରଧ୍ଵଜ ପଣ୍ଡା, ମହାନିର୍ଦ୍ଦେଶକ ଡଃ ଜଗଦୀଶ ପଣ୍ଡା, ଉପ କୁଳପତି ଡଃ ଏ ଭି ଏନ ଏଲ୍ ଶର୍ମା ଏବଂ ରେଜିଷ୍ଟ୍ରାର ଡଃ ଏନ ଭି ଜେ ରାଓ ସମସ୍ତଙ୍କୁ ସାଧୁବାଦ୍ ଦେବା ସହ ଆଗାମୀ ଋତୁ ରେ ଅଧିକରୁ ଅଧିକ ଅମଳ ହେବା ପାଇଁ କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ